ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

ରାଇରଙ୍ଗପୁର – ୧୫/୦୫ —  ମୟୂରଭଂଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡର କୌଣସି ନା କୌଣସି କାରଣରୁ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଉଛି ।ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ।ଏହି ମାରାତ୍ମକ ରୋଗ ଯୋଗୁଁ ବହୁ ଯୁବରୁ ଵୟସ୍କଙ୍କ ଅମୂଲ୍ୟ ଜୀବନ ଅକାଳରେ ଧରି ପଡୁଛି ।ଏହାକୁ ଲକ୍ଷ୍ୟ କରି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ବିଧାୟକ ଜଲେନ ନାଏକ,ଜିଲ୍ଲା ପ୍ରଶାସନ ସମାଜସେବୀ ନବିନ ରାମ, ସାଂସଦ ପ୍ରତିନିଧି ମନୋଜ ଦାସ ଙ୍କ ପ୍ରଚେଷ୍ଟାରେ ଭୁବନେଶ୍ବର ସମ୍‌ହସ୍ପିଟାଲର ଖ୍ୟାତନାମା କିଡନୀ ରୋଗ ବିଶେଷଜ୍ଞ ଡା. ବିଶ୍ବଜିତ ମହାନ୍ତିଙ୍କୁ ପ୍ରତ୍ଯେକ ମାସ ଦିତୀୟ ଗୁରୁବାର ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ଗତକାଲି ଗୁରୁବାର ଦିନ ପ୍ରଥମ ଥର ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କିଡନୀ ଚିକିତ୍ସା କେନ୍ଦ୍ର ଏସଡିଏମଓ ବା. ରଵୀନଦ୍ର ନାଥ ମାରାଣ୍ଡି, ଗାଇନୋକୋଲ୍ଜିଷ୍ଟ ବା. ପ୍ରମୋଦ ସାହୁ,ଡା. ସତ୍ୟଜିତ ପଣ୍ଡାଙ୍କ କରକମଳରେ ଗୁରୁବାର ପୂର୍ବାହ୍ନ ୯ ଘଟିକା ରେ ଶୁଭ ଉଦଘାଟିତ ହୋଇଯାଇଛି । ଡା.ଵିଶ୍ବଜିତ ମ଼ହାନ୍ତି ଉପଖଣ୍ଡ ଚିକିତ୍ସାଳୟରେ ପୂର୍ବରୁ ନାମ ପଞ୍ଜିକୃତ କରିଥିବା ୭୦ ରୁ ଉର୍ଦ୍ଧ୍ବ କିଡନୀ ରୋଗୀଙ୍କ ସହ‌ ପରାମର୍ଶ ଓ ଚିକିତ୍ସା କରିଥିଲେ ।ଏହି କାର୍ଯ୍ଯକ୍ରମରେ ଡା. ସତ୍ୟଜିତ ପଣ୍ଡା ସହାୟତା କରିଥିଲେ ।

କିଡନୀ ଆକ୍ରାନ୍ତ ରୋଗୀ,ମଧୁମେହ ରୋଗୀ,ଉଚ୍ଚ ରକ୍ତଚାପ ରୋଗୀ,ଗୋଡ଼ ଫୁଲିଯିବା,ପରିସ୍ରାରେ ପରିବର୍ତନ ,ଶିଘ୍ର ଥକିଯିବା ଉପରେ ରୋଗୀମାନଙ୍କୁ ସୁପରାମର୍ଶ ଦେବାସହ ଓ ଆବଶ୍ୟକୀୟ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ ।ସେ କହିଥିଲେ ବେଳହୁଁ ସାବଧାନ । ମଣିଷ ଜୀବନ ଦୁର୍ଲଭ ।ତେଣୁ ଜୀବନକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ।ପ୍ରଥମରୁ ଯଦି ନିଜକୁ ରୋଗ ସମ୍ବନ୍ଧୀୟ ସନ୍ଦେହ ହେଲେ ଡାକ୍ତରଙ୍କ ସୁପରାମର୍ଶ କର ।କିଡନୀ ରୋଗୀ କେଵେହେଲେ ଭୟଭୀତ ହୁଅ ନାହିଁ ।ଡାକ୍ତରଙ୍କ ପରାମର୍ଶ ନେଇ କାମ କଲେ ରୋଗ ପ୍ରତିହତ କରିହେବ । ପ୍ରତିମାସ ଦିତୀୟ‌ ଗୁରୁବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ କିଡନୀ ସଂକ୍ରାନ୍ତୀୟ ରୋଗୀଙ୍କ ଚିକିତ୍ସା କରିବେ ବୋଲି ସୂଚନା ମିଳିଛି ।ତେଣୁ ଵାମନଘାଟୀ ଉପଖଣ୍ଡ ବା ଆଖପାଖ ପଡୋଶୀ ଝାଡଖଣ୍ଡ ର ସମସ୍ତ କିଡନୀ ରୋଗୀ ରାଇରଙ୍ଗପୁର ଆସି ଡାକ୍ତରଙ୍କ ସହ ପରାମର୍ଶ କରି ନିଜର ଅମୂଲ୍ଯ ଓ ଦୁର୍ଲଭ ଜୀବନକୁ ସୁରକ୍ଷିତ କରନ୍ତୁ ।ପ୍ରଥମ ଥର ପାଇଁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆ ଯାଇଥିବାରୁ କିଡନୀ ରୋଗୀ ଏବଂ ତାଙ୍କ ପରିବାର ତଥା ଵାମନଘାଟୀ ଉପଖଣ୍ଡ ବାସୀ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।ଵିଶେଷତଃ କିଡନୀ ରୋଗୀମାନେ ଅଯଥା ବହୁ ଟଙ୍କା ଖର୍ଚ କରି ସୁଦୂର ଭୂବନେଶ୍ବର,କଟକ,କିମ୍ସ ହସ୍ପିଟାଲ,ସମ୍ ହସପିଟାଲ ତଥା ଅନ୍ୟ ହସ୍ପିଟାଲକୁ ଯାଇ ବହୁ ଆର୍ଥିକ ,ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହେଉଥିଲେ ।ଏବେ ହାତପାହାନ୍ତାରେ ରାଇରଙ୍ଗପୁର ରେ ଖ୍ୟାତନାମା କିଡନୀ ରୋଗ ବିଶେଷଜ୍ଞ ଡା.ଵିଶ୍ଵଜିତ ମହାନ୍ତି ଆସୁଛନ୍ତି ।ତେଣୁ ସମସ୍ତ କିଡନୀ ରୋଗୀ ହତାଶ ନ ହୋଇ ଡାକ୍ତରଙ୍କୁ ନିଜ ରୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ କୁହନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ଚାଲି ନିଜର ମୂଲ୍ୟବାନ ଜୀବନକୁ ସୁରକ୍ଷିତ କରନ୍ତୁ ବୋଲି ଉପଖଣ୍ଡ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Youth Social Worker Drx.Dibyanshu Acharya awarded.

masiha

ରାଜ୍ୟରେ ବାତ୍ୟା ‘ରେମାଲ’ର ପ୍ରଭାବ । ଉପକୂଳରେ ୨୫,୨୬ ତାରିଖରେ ବର୍ଷା ସହ ଘଣ୍ଟାକୁ ୮୦ କିମି ପବନ ବହିବ । ୪ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ 

masiha

Leave a Comment

error: Content is protected !!