ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

ଜୁନାଗଡ଼,୩୦/୬(ମ ନି ସ) ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟ କରୁଥିବା ଟ୍ରାକ୍ଟର ଡ୍ରାଇଭର୍ ଡପିଙ୍ଗ ୟାର୍ଡ଼ ରେ ଦୁର୍ଘଟଣା ହୋଇ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ ହୋଇ ଯାଇଛି l ମୃତ ବରଣ କରିଥିବା ଡ୍ରାଇଭର୍ ସୁଶିଲ ସିଂହ (୩୫) ଦୀର୍ଘ ଦିନ ରୁ ଏନ୍ ଏ ସି ର ସଫେଇ ରେ ନିୟୋଜିତ ଟ୍ରାକ୍ଟର ରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଥିଲେ l ଶୁକ୍ର ବାର ଏନ୍ ଏ ସି ଡ ମପିଙ୍ଗ ୟାର୍ଡ଼ ରେ ଅଳିଆ ଆବର୍ଜନା ନେଇ ଅନଲୋଡ କରୁଥିବା ବେଳେ ଟ୍ରାକ୍ଟର ରୁ ଛିଟିକି ପଡି ତଳେ ପଡି ଚକ ତଳେ ଚାପି ହୋଇ ଯାଇଥିଲେ l ଫଳ ରେ ଘଟଣା ସ୍ତଳ ରେ ତାଙ୍କ ମୃତ୍ୟୁ ହୋଇଥିଲା l ତୁରନ୍ତ ଘଟଣା ସ୍ତଳ ରେ ଏନ୍ ଏ ସି ଅଧିକାରୀ ଓ ପୁଲିସ ପହଂଚି ତାଙ୍କୁ ଉଦ୍ଧାର କରି ଜୁନାଗଡ ଡାକ୍ତର ଖାନା କୁ ଆଣିଥିଲେ l ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯିବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି lସେ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ l ମୃତ ସୁଶିଲ ସିଂହ ଙ୍କ ଦୁଇ ଛୋଟ୍ ପୁଅ ଅଛନ୍ତି l ସେ ଅତ୍ୟନ୍ତ ଗରିବ ଶ୍ରେଣି ର ହୋଇଥିବା ରୁ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

Sunil Chandra Nayak

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ

masiha

Leave a Comment

error: Content is protected !!