ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜ ଦୋଳିରେ ମାହୁଲ ହେଲେ ଗ୍ରାମବାସୀ

ବାଲେଶ୍ଵର,୧୫/୬/୨୩- ପବିତ୍ର ରଜ ସଙ୍କ୍ରାନ୍ତିରେ ରଜ ଦୋଳିରେ ମୁଖରିତ ହେଲା ଗ୍ରାମ । ଗୋଟିଏ ଗଛରେ ୧୧ଟି ଦୋଳି । ଦୋଳିରେ ବସି ରଜଗୀତ ଗାଇ ଗାଇ ମଉଜମଜଲିସି, ହସଖୁସି ସହିତ ମହାଆନନ୍ଦରେ ରଜ ସଙ୍କ୍ରାନ୍ତି ଉପଭୋଗ କଲେ ଆବାଳବୃଦ୍ଧବନିତା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରପେୟା ପଞ୍ଚାୟତ ବରହମପୁର ଗ୍ରାମରେ । ଗ୍ରାମର ଶେଷ ମୁଣ୍ଡରେ ରହିଛି ଏକ ବରଗଛ । ପ୍ରତିବର୍ଷ ପରି ଏ ବର୍ଷ ବରଗଛରେ ଲାଗିଛି ୧୧ଟି ଦୋଳି । ଯାହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଗ୍ରାମର ମୁଖିଆ ରମେଶ ଚନ୍ଦ୍ର ଦାଶଙ୍କ ଉଦ୍ଯମ କ୍ରମେ ଆନନ୍ଦ ଅନୁଭବ କରିଛନ୍ତି ଗ୍ରାମବାସୀ । ପ୍ରତ୍ୟେକ ଗ୍ରାମବାସୀ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଏଥିପାଇଁ ଏକ କମିଟି ରହିଛି ଯାହାର ନାମ ମା ଜାଗୁଳାଇ ରଜ କମିଟି । ଉତ୍ସବଟି କିପରି ସରସ ସୁନ୍ଦର ହେବ ସେଥିପାଇଁ କମିଟିର ପ୍ରତ୍ୟେକ ସଦସ୍ୟ ଓ ସଦସ୍ୟା ଆପ୍ରାଣ ଉଦ୍ୟମ କରିଥିଲେ । ବାଜା ବଜାଇ ଦୋଳିରେ ଝୁଲି ରଜଗୀତ ଗାଇ ବେଶ୍ ଖୁସି ମନାଇ ଥିବାର ଦେଖିବାକୁ ମିଳିଥିଲା । ଆଜକୁ ପ୍ରାୟ ୧୦ ବର୍ଷ ହେବ ଏଭଳି ଢଙ୍ଗରେ ପାଳି ଆସୁଛନ୍ତି ଗ୍ରାମବାସୀ । ଆସନ୍ତା ବର୍ଷକୁ ଆହୁରି ଅଧିକ ଦୋଳି ଲାଗିବ ବୋଲି ବୟୋଜ୍ୟେଷ୍ଠ, କମିଟି ଓ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମା ରଜବତୀଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ମଧ୍ୟ ସଙ୍କଳ୍ପ ନେଇଛନ୍ତି । ଏଥିରେ ବାସନ୍ତୀ ଧଳ, ରମାମଣୀ ସାହୁ, ଜ୍ଯୋର୍ତିମୟୀ ପାଣିଗ୍ରାହୀ, ସବିତା ଧଳ, ଭାରତୀ ଦାସ, ଆରତୀ ଦାସ, ଭାରତୀ ଧଳ, ସେବତୀ ଧଳ, ସୁମତୀ ଧଳ, ପ୍ରଦୀପ୍ତ ଧଳ, ଶିବ ନାରାୟଣ ସାହୁ, ଅରିନ୍ଦମ୍ ନାୟକ, ଜଗଦୀଶ ଧଳ, ଦେଵାଶିଷ ଧଳ, ରୁଦ୍ର ପ୍ରତାପ ଦାସ, ଦୋଳଗୋବିନ୍ଦ ଧଳ, ଗୌରୀ ଧଳ, ଭାଗ୍ଯଶ୍ରୀ ଧଳ, ବିନିତା ରାଉତ,  ସବିତା ରାଣୀ ନାୟକ ଓ ରଞ୍ଜିତା ଧଳ ପ୍ରମୁଖ ଗ୍ରାମବାସୀ ଓ କମିଟି ମେମ୍ବର ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । କିଛି ସମୟ ପାଇଁ ଆବାଳବୃଦ୍ଧବନିତା ନାଚଗୀତରେ ନିଜକୁ ହଜାଇଦେଇ ମହା ଆନନ୍ଦ ଅନୁଭବ କରିଥିଲେ ଯାହା ଅନ୍ୟ ମାନଙ୍କ ପାଇଁ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲା । ଖୁସିରେ ପରସ୍ପର ରଜପାନ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ସୂଚନା ଶିକ୍ଷା ଯୋଗାଯୋଗ ଅଭିଯାନ ତଥା ସାଚୁରେସନ ଶିବିର ଅନୁଷ୍ଠିତ 

masiha

ଟ୍ରକ ଓ କାର ମୁହାଁ ମୁହିଁ,୧ମୃତ ୧ ଗୁରୁତର

masiha

ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!