ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

92 କଇଁଚ ଉଦ୍ଧାର ,ଦୁଇ ଗିରଫ ,ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ଡିପିଓ

ପାପଡାହାଣ୍ଡି,15/6, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ପୋଲିସ ୯୨ ଟି କଇଁଚ ଉଦ୍ଧାର ସହ ଦୁଇ ଜଣ ଚାଲାଣକାରି ସହ ଗୋଟିଏ ବାଇକ ଜବତ କରିବାରେ ସଫଳ ହୋଇଛି ।ମଇଦଲପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପାପଡାହାଣ୍ଡି ଏସ୍ଡିପିଓ ଆଦିତ୍ୟ ସେନ ।ଏହା ମଇଦଲପୁର ପୋଲିସକୁ ବଡ଼ ସଫଳତା ବୋଲି କହିଥିଲେ । ନବରଙ୍ଗପୁର ଏସ୍ପି ଏସ ଶୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଇଦଲପୁର ଥାନା ଅଧିକାରୀ ନଟବର ନନ୍ଦ ଏକ ଟିମ ଗଠନ କରି କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରି କେନ୍ଦୁଗୁଡା ଗ୍ରାମରେ କଇଁଚ ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ ।ଗିରଫ ହୋଇଥିବା ଦୁଇ ଜଣ ହେଲେ ଆମପାଣି ର ଚୈତନ୍ୟ ରାଉତ ଓ ଡାବୁଗାଁ ରାଜେଶ ପାଇକ ।ସୂଚନା ପ୍ରକାରେ କଳାହାଣ୍ଡି ରୁ ଝରୀଗାଁ ଅଞ୍ଚଳକୁ କଇଁଚ ଚାଲାଣ କରୁଥିଲେ ।ମଇଦଲପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଗୁଡା ନିକଟରେ କଇଁଚ ଚାଲାଣ କାରୀଙ୍କୁ ଧରିଥିଲେ ।ଗିରଫ ହୋଇଥିବା ଦୁଇ ଜଣଙ୍କୁ ଠୁ ୯୨ ଟି କଇଁଚକୁ ମଇଦଲପୁର ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ସମୟରେ ମଇଦଲପୁର ବନପାଳ ମଧୁସୂଦନ ପାତ୍ର ଓ ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବତୀଙ୍କୁ ଅପହରଣ କରି ଧର୍ଷଣ କରାଯାଇଥିବା ନେଇ ଥାନାରେ ଏତଲା 

masiha

ଭିଜିଲାନ୍ସ ଜାଲରେ ଡାବୁଗାଁ ଥାନା ପୋଲିସ ଏଏସଆଇ 

masiha

କେନ୍ଦୁଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର 

Leave a Comment

error: Content is protected !!