ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ବହୁ ଦିନର ସ୍ବପ୍ନ ସଫଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡଡେ ହୋଇ +2 ବିଜ୍ଞାନ ପାଠ ପଢା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ  

ବନ୍ଧୁଗାଁ ତା ୩୧/୩/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଫଳାଫଳ ସ୍ଥାନୀୟ ବିଧାୟକ ପ୍ରତିନିଧି ରବୀନ୍ଦ୍ର ଦେବରପଲ୍ଲୀ , ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀଙ୍କ ସଭାପତିତ୍ବରେ ଛାତ୍ରଛାତ୍ରୀ ଓ ଅବିଭାବକ ମାନଙ୍କୁ ନେଇ ଚଳିତ ବର୍ଷର ପରୀକ୍ଷା ଫଳ ପ୍ରକାଶିତ କରାଯାଇଛି । ଏହା ସହିତ ଚଳିତ ଶିକ୍ଷା ବର୍ଷ ଠାରୁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଅପ ଗ୍ରେଡଡେ ହୋଇ +୨ ବିଜ୍ଞାନ ପାଠ ପଢା ଆରମ୍ଭ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ସୁଚନା ଦେଇଥିଲେ । ଚଳିତ ବର୍ଷ ୧୦ ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଏଠାରେ +୨ ବିଜ୍ଞାନ ପାଠ ପଢା ପାଇଁ ୧୨୮ ଜଣ ଛାତ୍ରଛାତ୍ରୀ ଙ୍କ ପାଇଁ ସିଟ୍ ଥିବା ଜଣାଇ ଥିଲେ। ଏଥି ପାଇଁ ଅତି ଶୀଘ୍ର କଲେଜ ଗୃହ ନିର୍ମାଣ କରାଯାଇଛି।+୨ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ଥିବା କିଛି ବିଜ୍ଞାନ ଶିକ୍ଷକ ମାନଙ୍କ ଦ୍ଵାରା ପାଠ ପଢା କରାଯିବ । ଏହା ପରେ ରଜ୍ୟ ସରକାରଂକ ପକ୍ଷରୁ ୮ ଜଣ ଲେକ୍ଚର ରହିବେ। ବନ୍ଧୁଗାଁ ବ୍ଲକ ଆନ୍ଧ୍ରପ୍ରଦେଶ ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ୯୫ ଭାଗ ଗରିବ ଆଦିବାସୀ ପରିବାର ବସବାସ କରନ୍ତି । ଗରିବ ଆଦିବାସୀ ଛାତ୍ରଛାତ୍ରୀ +୨ ବିଜ୍ଞାନ ପାଠ ପଢିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିବା ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ବନ୍ଧୁଗାଁ ବ୍ଲକ ନିବାସୀ ଗଣମାଧ୍ୟମଙ୍କ ଜରିଆରେ ଅନୁରୋଧ କରିଛନ୍ତି । ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁ ବ୍ଲକର ସର୍ବ ପୁରାତନ ସ୍କୁଲ ଅଟେ ଏଠାରୁ ବହୁ ଛାତ୍ରଛାତ୍ରୀ ପାଠ ପଢି ବନ୍ଧୁଗାଁ ବ୍ଲକ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ଆଜି ସେହି ସ୍କୁଲକୁ ଓପ ଗ୍ରେଡଡେ କରାଯାଇ +୨ ବିଜ୍ଞାନ ପାଠ ପଢା ଆରମ୍ଭ କରାଯାଉ ଥିବାରୁ ବନ୍ଧୁଗାଁ ବ୍ଲକର ସମସ୍ତ ଜନସାଧାରଣ ଙ୍କ ସପ୍ନ ସାକାର ହୋଇଛି । ଏଥିପାଇଁ ରାଜ୍ୟ ସରକାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଉଅଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

୨୮ତମ ରାଜ୍ୟସ୍ତରୀୟ କନିଷ୍ଠ ବର୍ଗ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

ରାଇଘରଠାରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

Leave a Comment

error: Content is protected !!