ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ନେଇ ଏପ୍ରିଲ ୧୦ରେ ବାମନଘାଟୀ ବନ୍ଦ

 ମୟୂରଭଞ୍ଜ – (ମସିହା)ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହର ଦିତୀୟ ବୃହତ୍ତମ ସହର ।।ବାମନଘାଟୀ ଉପଖଣ୍ଡ ବାସୀ ବିଭିନ୍ନ ମୌଳିକ, ସ୍ବାସ୍ଥ୍ୟ, ଶିକ୍ଷା, ସରକାରୀ କାର୍ଯ୍ୟକୁ ନିର୍ଭର କରିବା ପାଇଁ ଯାଇ ଅଯଥା ଆର୍ଥିକ ଶୋଷଣ ,ଗୋଟାଏ ଦିନ ନଷ୍ଟ ପୁଣି କାମ ହୋଇପାରେ ନ ପାରେ ଅନିଶ୍ଚିତତା ଭିତରେ କାଟିବା ସହ ଦୁଆରଶୁଣୀ ଘାଟୀ ମରଣଯନ୍ତାକୁ ନେଇ ଆଶା ଆଶଙ୍କାରେ ଦିନ କଟେ ।ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୩ ରୁ ୩୦ ଜିଲ୍ଲା ଗଠନ ସମୟରେ ରାଇରଙ୍ଗପୁର ଜିଲ୍ଲା କୌଣସି କାରଣରୁ ବଂଚିତ ହୋଇଥିଲା । ସେହି ଘା’ଆଜିଯାଏଁ ବାମଘାଟୀ ଉପଖଣ୍ଡ ବାସୀଙ୍କ ଦେହରୁ ଶୁଖିନାହିଁ ।ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଵାମନଘାଟୀ ଉପଖଣ୍ଡ ବାସୀ ଅସନ୍ତୋଷରେ ଦିନ କାଟୁଛନ୍ତି ।ରେଳସେବା,ଗମନା ଗମନ ସେବା, ସ୍ବାସ୍ଥ୍ୟ ସେବା , ପ୍ରଶାସନିକ ସେବା ସବୁଦିଗରୁ ବଂଚିତ ହେଉଛନ୍ତି । ଏହାକୁ ନେଇ ଉପଖଣ୍ଡ ବାସୀଙ୍କ ମନରେ ଦିର୍ଘ ୨୦ ବର୍ଷ ହେଲା ଆନ୍ଦୋଳନର ଦାନା ବାନ୍ଧିଛି । ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଥିଲା ।ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଏବେ ରାଇରଙ୍ଗପୁର ବାସୀଙ୍କର ନୂତନ ଜିଲ୍ଲା ଗଠନ ଦାବି ନେଇ ଆଶା ଉଜ୍ଜୀବିତ ହୋଇଛି । ଏଥିପାଇଁ ନିକଟରେ ୫ ଟି ସଚିବ ଭି .କେ.ପାଣ୍ଡିଆନଙ୍କ ରାଇରଙ୍ଗପୁର ଗସ୍ତ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ପିସିଏମ କଲ୍ୟାଣ ଭବନ ପରିସରରେ ଏକ ସର୍ବଦଳୀୟ ଏକ ମିଳିତ ବୈଠକ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଶ୍ରୀ ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବସ କର୍ମଚାରୀ ସଂଘ ,ଡ଼୍ରାଇଭର ସଂଘ ,ବଣିକ ସଂଘ, ବୁଦ୍ଧିଜୀବୀ, ରାଜନୈତିକ ଦଳର ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ସଂକ୍ରାନ୍ତୀୟ ମନ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତେ ଏକ ସ୍ଵର ରେ କହିଥିଲେ ବାମନଘାଟୀ ଉପଖଣ୍ଡରେ ନୂତନ ଜିଲ୍ଲା ଗଠନ ପାଇଁ ସବୁକିଛି ଭିତ୍ତିଭୂମି ଅଛି । ସରକାରଙ୍କୁ ଅଧିକ ଆର୍ଥିକ ବୋଝ ପଡ଼ିବ ନାହିଁ ।ନୂତନ ଜିଲ୍ଲା ଗଠନ ହେଲେ ଲୋକେ ଗୁଡ଼ ଗଭର୍ଣ୍ଣାସର ସୁଫଳ ପାଇ ପାରିବେ । ତେଣୁ ସର୍ବସମ୍ମତିକ୍ରମେ ନୂତନ ଜିଲ୍ଲା ଦାବି ନେଇ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ପଡିବ । ପଲ୍ଲୀ,ବ୍ଳକ, ଉପଖଣ୍ଡର ସମସ୍ତଙ୍କୁ ସଚେତନ କରାଇବା ସହ ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ସକାଳ ୬ ଘଟିକା ରୁ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବାମନଘାଟୀ ବନ୍ଦ ପାଳନ ପାଇଁ ଆହ୍ବାନ କରାଯାଇଛି । ଶିକ୍ଷାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ,ରେଳ,ପରିବହନ ସେବା , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ କରାଯିବ ।ଏହି ଆନ୍ଦୋଳନକୁ ପୁର୍ଣ ପ୍ରାଣରେ ଓ ଅକୁଣ୍ଠ ଚିତ୍ତରେ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ।ଏହି ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀ ରସାନନ୍ଦ ଲେଙ୍କା, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ବର୍ଷିୟାନ ବିଜେପି ନେତା ମନୋରଂଜନ ମହାନ୍ତି, ଜିଲ୍ଲା ବିଜେଡ଼ି ଉପସଭାପତି ପାର୍ଥ ସାରଥି କବି, ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ,ଓଡ଼ିଶା ସରକାରଙ୍କ ଗ୍ରାମ ଉନ୍ନୟନ ବିଭାଗ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ରାଇରଙ୍ଗପୁର ରୋଟାରୀ କ୍ଲବ ପୂର୍ବତନ ସଭାପତି ବାଗାଡିଆ ମହାବୀର ପ୍ରସାଦ ଅଗ୍ରୱାଲ,ଅଧ୍ୟାପକ ବିଜୟ ରାମ, ଦୁଷ୍ମନ୍ତ ବସା,ବିଜେପି ଅନୁସୂଚିତ ଜାତି ଜିଲ୍ଲା ସଭାପତି କିଶୋର କୁମାର ରଜକ,ପ୍ରଦୀପ ରାଉତ, ଶାଶ୍ବତ ବଳ,ଅନୁରାଗ ଗୁପ୍ତା,ଭରତ ଚୌଧୁରୀ,ମନ୍ଧେ ଦାସ, ସାମ୍ବାଦିକ ମାନସ ରଂଜନ ମହାନ୍ତି, ତୁଷାର କାନ୍ତ ମହାନ୍ତ, ସତ୍ୟ ରଂଜନ ପାଲ,ମଳୟ ଦାସ, ସଂଜୟ ପରିଡା, ନୀରଜ କୁମାର ସାହୁ,ମେଘନାଦ ହେମ୍ବ୍ରମ,ରାଜେଶ ଶର୍ମା, ଦୟାନିଧି ମହାକୁଡ଼, ଇଂ ଜୟପାଲ ସିଂ ମୁଣ୍ଡା ,ପ୍ରଦୀପ ମହାନ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ଓ ନୂତନ ଜିଲ୍ଲା ପ୍ରେମୀ ଉପସ୍ଥିତ ଥିଲେ ।ଶେଷରେ ବୈଠକରେ ସମସ୍ତେ ଉପସ୍ଥିତ ରହି ସଫଳ କରାଇଥିବାରୁ ବିଶିଷ୍ଟ ଯୁବ ସମାଜସେବୀ କାଳୀ ପ୍ରସନ୍ନ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୫୪ ବର୍ଷରେ ଲଙ୍କେଶ୍ୱରୀ କ୍ଲବ ପୂଜା ମଣ୍ଡପ, ମନମୋହୁଛି ଅକ୍ଷରଧାମ ତୋରଣ,ଭିଡ ଜମୁଛି ବିଭିନ୍ନ ପୂଜା ମଣ୍ଡପରେ

masiha

୬୦ ନମ୍ବର ଜାତୀୟ ରାଜପଥର ପୁନସୀତା ନିକଟରେ ସଡ଼କ ଦୁର୍ଘଟଣା ୨ ଗୁରୁତର

masiha

ରାୟଗଡ଼ା ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort