ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୃଦ୍ଧ ସରକାର ଶାଶନରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୋଗତି

ଜୟପାଟଣା:୨୨/୦୭/୨୩ // ଆମ ରାଜ୍ୟରେ ଦୁଇ ଦଶକରୁ ଉର୍ଦ୍ଧ୍ବ ସମୟ ଏକ ସ୍ଥିର ସରକାର ରହିଛି ।  

ଶାଶକ ଦଳ ପ୍ରତି ଥର ରେକର୍ଡ ସଂଖ୍ୟକ ଆସନ ଜିତି ଅଦ୍ଵିତୀୟ ସଂଖା ଗରିଷ୍ଠ ଦଳ ଭାବେ ଶାଶନ କରୁଛନ୍ତି । ରାଜ୍ୟ ମୁଖିଆଙ୍କୁ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ କରାଯାଏ ।

ହେଲେ ପ୍ରଶ୍ନଟି ଉଠୁଛି, ସୁଦୃଢ଼ ଗଣତାନ୍ତ୍ରିକ ଶାସନ ଭଳି ପ୍ରତୀୟମାନ ହେଉଥିବା ଏକ ଶାସନ ବ୍ୟବସ୍ଥାରେ ଜଣେ ସାଧାରଣ ନାଗରିକର ସ୍ଥିତି କଣ ସନ୍ତୁଷ୍ଟି ଜନକ । ଶାଶନ ବ୍ୟବସ୍ଥାରେ ସ୍ୱଚ୍ଛତା ପାଇଁ ରାଜ୍ୟରେ ୫ଟି ପରି ଉଚ୍ଚକୋଟି ବ୍ୟବସ୍ଥା ଅଛି । କିନ୍ତୁ କେଉଁଠି ଅନ୍ତରାୟ ଶ୍ରୁଷ୍ଟି ହେଉଛି ଯାହା ପାଇଁ ସାମଗ୍ରୀକ ବିକାଶ ସବୁ ଆଢୁଆଳରେ ରହି ଯାଉଛି । ସ୍ଥାନୀୟ ଜନ ପ୍ରତିନିଧିଙ୍କର ଉପରେ କଣ କିଛି ଚାପ ପଡୁଛି କି ? ସେମାନେ କାହିଁକି ନିଜ ଅଞ୍ଚଳର ବିକାଶ କ୍ଷେତ୍ରରେ ଖୋଲି କାମ କେରି ପାରୁ ନାହାଁନ୍ତି । ତାଙ୍କ ପଛରୁ କିଏ ଏସବୁ ପରିଚାଳନା କରୁଛି କି ? ଏପରି ଅନେକ ପ୍ରଶ୍ନ ଜନତାଙ୍କର ମନରେ ଉଙ୍କି ମାରୁଥିବା ପ୍ରତୀୟମାନ ହେଉଛି । ଆଲୋଚନା ମଧ୍ୟ ହେଉଛି । ଅନ୍ତତଃ ସ୍ୱାସ୍ଥ୍ୟ ସେବା ପରି ସର୍ବୋତ୍ତମ ମୌଳିକ ଅଧିକାରକୁ ଅଗ୍ରାଧିକାର କାହିଁକି ଦିଆ ଯାଉନାହିଁ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ସର୍ବଦା ପଡୋଶୀ ରାଜ୍ୟ ଉପରେ ନିର୍ଭର କରି ଶୋଷଣର ଶିକାର ହେଉଛୁ । ବିତ୍ତଶାଳୀ ବ୍ୟକ୍ତି ବିଶେଷ ଅନ୍ୟତ୍ର ଯାଇ ଚିକିତ୍ସିତ ହୋଇ ପାରୁଛନ୍ତି । ସାଧାରଣ ଜନତା କେବଳ ଭାଗ୍ୟକୁ ଆଦରି ଭଗବାନ ଭରସାରେ ରହି ଯାଆନ୍ତି । 

କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ସର୍ବଦା ଖବରରେ ମଣ୍ଡିତ ହୋଇଥାଏ । ଆଜି ଆମେ ଜିଲ୍ଲାର ଏପରି ଏକ ଅବହେଳିତ ବ୍ଲକ ଜୟପାଟଣା ଉପରେ ଦୃଷ୍ଟି ନିକ୍ଷେପ କରୁଛୁ । ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ଟି ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ସଂକଟରେ ଗତି କରୁଛି । ବିଶେଷଜ୍ଞ ଡାକ୍ତର ସାଙ୍ଗକୁ ଆବଶ୍ୟକୀୟ କର୍ମଚାରୀଙ୍କର ଅଭାବ ରହିଛି । କିନ୍ତୁ ଏହାଠାରୁ ବଡ଼ ଅସୁବିଧା ଏହି ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଆଜିଯାଏ ସେହି ଜରାଜୀର୍ଣ୍ଣ ପୁରୁଣା ଗୃହ ଗୁଡିକରେ ଚାଲିଛି । ଅସରାଏ ବର୍ଷା ହେଲେ ସବୁଆଡେ ପାଣି ଭରି ଯାଉଛି । ନୂତନ ଗୃହ ପରିବର୍ତ୍ତେ ସର୍ବଦା ଟିକେ ଅଧେ ମରାମତି କରି ଛାଡି ଦିଆଯାଉଛି । ନୂତନ ସରଞ୍ଜାମ ଗୁଡିକ ମହଜୁଦ ଥିଲେ ମଧ୍ୟ ସ୍ଥାନ ଅଭାବରୁ ବ୍ୟବହାର ହୋଇ ପାରୁନାହିଁ । ଜିଲ୍ଲା ସଦର ମହକୁମା ଠାରୁ ୮୦ କିମି ଦୁରତାରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୃଷ୍ଟି ଦିଆଗଲେ ସାଧାରଣ ଜନସାଧାରଣ ବିଶେଷ ଉପକୃତ ହୋଇ ପାରନ୍ତେ ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଗତ ଉତ୍ସବ

masiha

କାଶିବାହାଲ ପଞ୍ଚାୟତ ହାଇସ୍କୁଲରେ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ, ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ

masiha

କୋଡ଼ିଙ୍ଗା ରାଜା ଚାଉଁରୀୟା ମହାବିଦ୍ୟାଳୟ ରେ ଚାଲିଥିବା 5 ଟି କାମ ଅତି ନିମ୍ନ ମାନ ର ହେଉଥିବା ଅଭିଯୋଗ କରିଛନ୍ତି ଡଃ ଲିପିକା ମାଝୀ !

masiha

Leave a Comment

error: Content is protected !!