ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଶୁର ଘରେ ଜ୍ୱାଇଁର ସନ୍ଦେହ ଜନକ ମୃତ୍ୟୁ, ଥାନାରେ ଏତଲା

ପାପଡାହାଣ୍ଡି,22/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଥାନା ଅନ୍ତର୍ଗତ ତୁଳସୀପଦର ଗ୍ରାମରେ ଶଶୁର ଘରେ ଜ୍ୱାଇଁଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଶନିବାର ଏତଲା ହୋଇଛି | ମୃତକ ହେଲେ ପାପଡାହାଣ୍ଡି ଥାନାର ଲାବଣ୍ୟପଦର ଗ୍ରାମର କାର୍ତିକ ସାନ୍ତା | ସେ ତୁଳସୀପଦର ଗ୍ରାମରେ ବିବାହ କରିଥିଲେ | ଗତ କାଲି ମୋଟର ସାଇକେଲରେ ପତ୍ନୀ ଓ ପିଲା ଛୁଆଙ୍କୁ ଆଣିବା ଲାଗି ଯାଇଥିଲେ | ଶନିବାର ଦିନ 10.30 ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଭାଇ ଶିରି ଖବର ପାଇଥିଲେ | ଯାଇ ଦେଖିଥିଲେ ଜେ ତାଙ୍କ ଭାଇଙ୍କ ନାକ ଓ ମୁହଁରୁ ଫେଣ ବାହାରୁଛି | ତାଙ୍କୁ ସନ୍ଦେହ ହେବାରୁ ରାତ୍ର 8.45 ସମୟରେ ମୈଦଲପୁର ଥାନାରେ ଏତଲା ଦେଇଛନ୍ତି | ପୋଲିସ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ | ତେବେ କାର୍ତିକଙ୍କ ଶଶୁର ଘର ଲୋକେ କାର୍ତିକ ବାଇକରୁ ପଡିକି ଆସିଥିବା କହିଛନ୍ତି | ରାତିରେ ଖାଇ ଶାରୀ ସୋଇଥିଲେ | ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଠିନଥିବା କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ , ବିପୁଳ ପରିମାଣର ଦେଶୀ ମଦ ସହ ଜଣେ ଗିରଫ

masiha

କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ

Sunil Chandra Nayak

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

masiha

Leave a Comment

error: Content is protected !!