ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

ଖଇରା,୨୨/୯/୨୫- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ନୂଆ ସ୍ଥିତ ବଜରଙ୍ଗବାଲି ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମୁରୁଣା ମାଇନର କେନାଲ ବନ୍ଧ ପାର୍ଶ୍ଵରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଗଠନର ସଭାପତି ପଦ୍ମଲୋଚନ ରାଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେବଳ ବୃକ୍ଷ ରୋପଣ ନୁହେଁ ରକ୍ତଦାନ ଶିବିର, ଚାରା ବଣ୍ଟନ, ବସ୍ତ୍ର ବଣ୍ଟନ, ଖାଦ୍ୟ ବଣ୍ଟନ ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦୀର୍ଘଦିନ ହେବ କରି ଆସୁଅଛି ସଂଗଠନ । ଏଥିରେ ସନ୍ତୋଷ ଦାସ, ପଦ୍ମଲୋଚନ ବାରିକ, ସୁବାସ ଦାସ, ମନୋରଞ୍ଜନ ବାରିକ, ରଞ୍ଜିତ କବି, ଯଶୋବନ୍ତ ବାରିକ, ଭାଗିରଥି ମହାରଣା, ସତ୍ଯ ମହାରଣା, ଗୌରାଙ୍ଗ ବେହେରା, ଶମ୍ଭୁନାଥ ନାୟକ, ଅଜୟ କୁମାର ପଣ୍ଡା, ଅନନ୍ତ ଜେନା, ନରେନ୍ଦ୍ର ବାରିକ, ଶରତ ଦାସଙ୍କ ସମେତ ଅନ୍ୟ ସଦସ୍ଯ ମାନେ ସାମିଲ ଥିଲେ । ସଂଗଠନର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିବା ସହିତ ପ୍ରତିଟି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମନରେଗା ଯୋଜନାରେ କେନାଲ କାମ ଚାଷୀ ମୁହଁରେ ଫୁଟିଲା ହସ 

Sunil Chandra Nayak

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ  

masiha

ପ୍ରକାଶ ପାଇଲା ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ମାତଙ୍ଗିନୀ

masiha

Leave a Comment

error: Content is protected !!