ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ୍ – 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

 ମିଶନ୍ – 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ମିଶନ୍ -78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ସ୍ଥାନୀୟ ରିଷିଗାଁ ଏସ୍ ଏନ୍ କନ୍ଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବସରପ୍ରାପ୍ତ ପଞ୍ଜାବ ନେସନାଲ ବ୍ୟାଙ୍କ ଏଜିଏମ୍ ଶ୍ରୀ ଦେବାନନ୍ଦ ନାଏକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ଉପାଧ୍ୟକ୍ଷ ଶ୍ରୀ ଆଶିଷ ରଂଜନ ନାଏକ, ରାଜ୍ୟ ମହାସଚିବ ଶ୍ରୀ ଜଗଜ୍ଜୀବନ କୁମାର, ମହିଳା ଏସ୍ ସୁଜାତା ପ୍ରମୂଖ ମଞ୍ଚାସୀନ ଥିଲେ । ଅତିଥି ମାନେ ସର୍ବପ୍ରଥମେ ସର୍ବପ୍ରଥମେ ସମ୍ବିଧାନ ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଜିଲ୍ଲା ଭୀମ ଆର୍ମୀ ସଭାପତି ରଜନୀକାନ୍ତ ସମର୍ଲିଆ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ପରେ ବକ୍ତାମାନେ ମାନ୍ୟବର କାଂଶୀରାମ ସାହେବ ଙ୍କ ଦ୍ଵାରା ପ୍ରତିଷ୍ଠିତ କରିଥିବା “ମିଶନ – 78” ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ମାନ୍ୟବର କାଂଶୀରାମ ସାହେବ ଙ୍କ ମିଶନ -78 ଉପରେ ଗଭୀର ଭାବେ ବୁଦ୍ଧିଜୀବୀ ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ମେହେର, ଟାଉନ ସଭାପତି ବିପୀନ ଭାରତୀ ଙ ସମେତ ପାଣ୍ଡବ ମେହେର,କମଳ ମେହେର, ସିଦ୍ଧେଶ୍ଵର ମେହେର ଯୋଗ ଦେଇଥିବା ବେଳେ ସିପିଆଇ ର ସଞ୍ଜୟ ସୁନାନୀ, ମହିଳା ସମାଜ ସେବୀ ସ୍ନେହଲତା ଦୁର୍ଗା,ଜୀବନ ଜ୍ୟୋତି ବାଗ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । 

ରଜନୀ କାନ୍ତ ସମରଲିଆ ଙ୍କ ରିପୋର୍ଟ୍ 

Related posts

ମୁନିଗୁଡା ବନାଞ୍ଚଳରେ ରକ୍ଷକ ହୋଇ ଭକ୍ଷକ ସାଜିଛି ବନ ବିଭାଗ ,ପୋଡୁଚାଷ ନାଁରେ ଜଙ୍ଗଲ ଧ୍ଵଂସ

masiha

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

masiha

Leave a Comment

error: Content is protected !!