ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ସବୁ ଯୁଗରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି.

ରାଉରକେଲା/ ଯୁଗେ ଯୁଗେ ନାରୀ ନମସ୍ୟ, ତା ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ ପାଇଁ। ପରିବେଶ ଆଉ ପରିସ୍ଥିତି ଦେଖି ନାରୀ କେବେ କେବେ କଠୋର ହୁଏତ ପୁଣି କେବେ କେବେ ଦୟା କ୍ଷମା କରୁଣାର ଅବତାର ଗ୍ରହଣ କରେ । ସବୁ କାଳେ ସବୁ ସ୍ଥଳେ ପୁରୁଷ ନାରୀ ବିନା ଅସମ୍ପୂର୍ଣ୍ଣ। ରାଜନୀତି, ସାହିତ୍ୟ ସଂସ୍କୃତି, ସମାଜ ମଙ୍ଗଳ କ୍ଷେତ୍ରରେ ନାରୀର ଭୂମିକା ସ୍ପଷ୍ଟ ବାରି ହୋଇପଡେ। ରମାଦେବୀ ସରଳା ଦେବୀ, ଅନ୍ନପୂର୍ଣ୍ଣା, ନନ୍ଦିନୀ ଶତପଥୀଙ୍କ ପରି ଅନେକ ନାରୀ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ ପାଇଁ ସମାଜରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି,ଏହା ଥିଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ରେ ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସରରେ ମୁଖ୍ୟ ବକ୍ତା ଅଧ୍ୟାପିକା ମହେଶ୍ବତା ସାହୁଙ୍କ ବକ୍ତବ୍ୟ। ଭୂପେନ ମହାପାତ୍ର ସଭାପତିତ୍ବରେ ଅନ୍ୟତମ ବକ୍ତା ଶିକ୍ଷୟିତ୍ରୀ ନିରୁପମା ପତି କହିଲେ ନାରୀକୁ ସମ୍ମାନ ଦେବା ଅର୍ଥ ପରମେଶ୍ବରଙ୍କୁ ସମ୍ମାନ ଦେବା ସହ ସମାନ। ପୁରାଣ ଇତିହାସ ଠାରୁ ଆରମ୍ଭ କରି ଆଧୁନିକ ନାରୀର ସମାଜ ବିକାଶ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ରହିଛି । ମୁଖ୍ୟ ଅତିଥି ଇଂ.ଅଭୟ କୁମାର ଦାସ ନିଜ ବକ୍ତବ୍ୟରେ କହିଲେ ନାରୀକୁ ସମ୍ମାନ ଓ ସ୍ବାଧୀନତା ଦିଆଯିବା ଉଚିତ୍ କିନ୍ତୁ ନାରୀକୁ ମନେ ରଖିବାକୁ ହେବ ଯେ ତା ଆଗରେ ଏକ ଲକ୍ଷ୍ମଣ ରେଖା ଟଣାଯାଇଛ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ନାରୀକୁ ସ୍ବାଧୀନତା ଦେବା ଦ୍ବାରା ସମାଜ ଉପରେ ସୁପ୍ରଭାବ ଆଉ କୁପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ରଶ୍ମିଵାଳା ରାଉତରାୟଙ୍କ ସଭାପତିତ୍ବ ରେ ଏବଂ ଗୀତା ରାଣୀ ବେହେରା ଓ ସ୍ବର୍ଣ୍ଣ ଦତ୍ତଙ୍କ ସଂଯୋଜନାରେ କବିତା ଓ ଗଳ୍ପ ଆସର ଅନୁଷ୍ଠିତ ହୋଇଥିଲା।ମହେଶ୍ବେତା ସାହୁ ଓ ନିକୁଞ୍ଜ ବିହାରୀ ଦାଶ ଗଳ୍ପ ପାଠ କରିଥିଲା ବେଳେ କବି ପ୍ରତାପ କୁମାର ପଣ୍ଡା, କରୁଣାକର ପାଟ୍ଟଶାଣୀ, ସ୍ନେହ ଲତା ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ,ପାର୍ଥ ସାହୁ, ଗୀତା ରାଣୀ ବେହେରା, ନିରୁପମା ପତି, କବିତା ପାଠ କରିଥିଲେ।ଗଳ୍ପ ଓ କବିତା ଗୁଡ଼ିକୁ ଗାଳ୍ପିକା ଜ୍ୟୋତ୍ସ୍ନା କୁମାରୀ ନାୟକ ଗଳ୍ପ ଓ କବିତା ଗୁଡ଼ିକୁ ସମୀକ୍ଷା କରିଥିଲେ।ବିଜୟ ବରାଳ ଓ ସୂର୍ଯ୍ୟ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆମ୍ବେଦକର ଜୟନ୍ତୀ ସକାଶେ ପ୍ରସ୍ତୁତି ବୈଠକ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ୩ ବ୍ଲକ କୁ ଜଳସେଚନ ଦାବି… ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ…

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!