ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ

ଜୁନାଗଡ଼,୭/୮(ମ ନି ସ)ଜୁନାଗଡ଼ ଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ସମ୍ପୂର୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଆଦିବାସୀ ଏକତା ପରିଷଦ ସଦସ୍ୟ ଓ ଭାରତ ବନ୍ଦ କୁ ସମର୍ଥନ ଜଣାଇ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫ ମିଳିତଭାବେ ଏହି ବନ୍ଦ ପାଳନ କରାଯାଇ ଥିଲା।ଆଦିବାସୀ ନେତା ଶ୍ରୀବଚ୍ଛ ଜାନୀ ,ହୃଦାନନ୍ଦ ମାଝୀ ଓ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ ଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ସକାଳୁ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ କରିଥିଲେ।ଏହାପରେ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ହାତୀନଦୀ ପୋଲ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ତରଫରୁ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ ସହ ୟୁସିସିକୁ ବିରୋଧ ସହ ମଣିପୁରରେ ମହିଳା ଅତ୍ୟାଚାରକୁ ସମ୍ପୂର୍ଣ ବିରୋଧ କରି ନାରବାଜି ଦିଆଯାଇଥିଲା।ବନ୍ଦ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।ଫଳରେ ଯାତ୍ରୀମାନେ କିଛିସମୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ସହରର ଦୋକାନ ବଜାର, ବ୍ୟାଙ୍କ ସ୍କୁଲ କଲେଜ ବନ୍ଦ ରହିଥିଲା।ଏହି ବନ୍ଦ ପାଳନରେ ସଂଗ୍ରାମ ସମିତିର ନରେନ୍ଦ୍ର ଖିତି, ସୁଶାନ୍ତ ନାଏକ,ଚିତ୍ତରଞ୍ଜନ ନିଆଲ, ମିନୁ କନ୍ଦପାନ,ନିଲୁ ମାଝୀ, ଧରଣୀ ଭୋଇ, ଶରତ ଶବର, ଅଞ୍ଜନ ଖିତି,ଶିବ ମହାନନ୍ଦ,ରିଷୀ ଖିତି,ରତନ ଧଙ୍ଗଡାମାଝୀ, ଆଦିବାସୀ ସଂଘର ମୋହନଲାଲ ଭୋଇ, ହୃଦାନନ୍ଦ ମାଝୀ, ଦୁର୍ଯୋଧନ ମାଝୀ, ରାଜେନ୍ଦ୍ର ଭୋଇ,କୃଷ୍ଣଚନ୍ଦ୍ର ଭୋଇ, ଏବଂ ଯାଦବ ସମାଜର ଆଦିତ୍ୟ ହଂସ ପ୍ରମୁଖ ଏଥିରେ ସକ୍ରିୟ ଭାବେ ସାମିଲ ଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ତୁଲାଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

masiha

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

masiha

Leave a Comment

error: Content is protected !!