ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ମୟୂରଭଞ୍ଜ;ତା/୦୪/୦୪/୨୦୨୫ // ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜାମଦା ବ୍ଲକ ପରିଚିତ |ଏହି ବ୍ଲକରେ ଶିକ୍ଷାରଥକୁ ବିଦ୍ୟାଳୟ ଗୁଡ଼ିକରେ ବିପୁଳ ଭାବରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି |ତାରଣା ଆଶ୍ରମ ସ୍କୁଲରେ ଶିକ୍ଷାରଥକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଜରିଆରେ ଅଭିଭାବକ,ଛାତ୍ରଛାତ୍ରୀ ଶଙ୍ଖ ଓ ହୁଳହୁଳି ଦେଇ ସ୍ବାଗତ କରାଯାଇଥିବା ସିଆରସିସି ବୁଧୁରାୟ ହେମ୍ବ୍ରମ କହିଛନ୍ତି |ସିଆରସିସି ଶଂକର ପାତ୍ର ଓ ବୁଧୁରାୟ ହେମ୍ବ୍ରମ ଶିକ୍ଷାରଥକୁ ବିଦ୍ୟାଳୟ ପ୍ରାଗଣକୁ ପ୍ରବେଶ କରାଇଥିବାବେଳେ ପ୍ର.ଶି. ସୁଦାମ ଚନ୍ଦ୍ର ଦତ୍ତ,ସହକାରୀ ଶିକ୍ଷକ ଦୀପକ କୁମାର କାନ୍ତ,ବିଜୟ କୁମାର ସିଂ,ବାନାଊ ହାଁସଦାଃ ସମେତ ଅଭିଭାବକ,ବିଦ୍ୟାର୍ଥୀମାନେ ଶିକ୍ଷାରଥକୁ ସ୍ବାଗତ କରିଥିଲେ |ପରେ ପ୍ରବେଶ ଉତ୍ସବ ନିମନ୍ତେ ମଂଚରେ ସୁନ୍ଦର ନାଚ ପ୍ରଦର୍ଶିତ ହୋଇଥିଲା |ସିଆରସିସି ଓ ପ୍ରଧାନ ଶିକ୍ଷକ ଶିକ୍ଷାରଥ ଓ ପ୍ରବେଶ ଉତ୍ସବ ଉପରେ ସରକାରଙ୍କର ଯୋଜନା ଉପରେ ସଚେତନ କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୋଗ ଦେଲେ ମହିଳା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ 

ଧରମଡିହିରେ ବାବା ତିଲିକା ମାଝୀଙ୍କ ୨୭୪ ତମ ଜୟନ୍ତୀ ଧୂମଧାମରେ ପାଳିତ

Sunil Chandra Nayak

ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତି ପରିସରରେ ଦିପୋଛବର୍ ଆୟୋଜନରେ ଯୋଗ ଦେଲେ ଜୁଏଲ ଓରାମ

masiha

Leave a Comment

error: Content is protected !!