ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜିଲା କୁରୁଗୁଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ 

ସ୍କୁଲ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରତିବାଦ

ଜୁନାଗଡ଼,୭/୮(ମ ନି ସ)ସାଧାରଣରେ ଶିକ୍ଷକ ନିଯୁକ୍ତି ଦାବୀରେ ତାଲା ବନ୍ଦ କିମ୍ବା ଗଣଧାରଣା ଦେଉଥିବା ଦେଖିଥାଉ । କିନ୍ତୁ ଆଜି ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଦୁର୍ନୀତି ରେ ଲିପ୍ତ ଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ ନେଇ ସ୍କୁଲ ଗେଟ ସମ୍ମୁଖରେ ତାଲା ଦେଇ ଆଜି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୋଗ ଅନୁଯାୟୀ କୁରୁଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟକୁ ମନଇଚ୍ଛା ଆସନ୍ତି ଓ ପାଠ ନ ପଢ଼ାଇ ଯାଆନ୍ତି, ବିଦ୍ୟାଳୟ ପରିଚଳନା କମିଟିର କଥା କୁ ସବୁବେଳେ ଅଣଦେଖା କରିଥାନ୍ତି, ଶିକ୍ଷାଦାନ ସମୟରେ ପାଠ ନ ପଢ଼ାଇ ରୋଷେଇ ଘରେ ବସିଥାନ୍ତି, ଗୋଟିଏ ଅଣ୍ଡାକୁ ଫାଳଫାଳ କରି ଦେଇଥାନ୍ତି,ସେହିଭଳି ପନିପରିବା ସ୍କୁଲ କୁ ନ ଆଣି ଘରେ କାଟି ଆଣିଥାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । 

ପ୍ରଧାନଶିକ୍ଷୟତ୍ରୀଙ୍କୁ ବଦଳି ଦାବୀ ଓ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଜିଲ୍ଲାପାଳ, ବିଇଓ, ଡିଇଓଙ୍କୁ ଅନେକଥର ଲିଖିତ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଫଳରେ ଆଜି ବାଧ୍ୟ ହୋଇ ଗ୍ରାମବାସୀ ସ୍କୁଲ ସମ୍ମୁଖରେ ତାଲା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ସୂଚନା ଯୋଗ୍ୟ ଯେ ଏହି ସ୍କୁଲରେ ୬୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ ପ୍ରଧାନଶିକ୍ଷୟତ୍ରୀ ଓ ଜଣେ ଭିନ୍ନକ୍ଷମ ଶିକ୍ଷକ ଅଛନ୍ତି । ଭିନ୍ନକ୍ଷମ ଶିକ୍ଷକ ଦେଖି ପାରନ୍ତି ନାହିଁ । ଏଣୁ ଏଥିପ୍ରତି କତ୍ତୃପକ୍ଷ୍ୟ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କେନ୍ଦୁପତ୍ର କର୍ମଚାରୀ ସଂଘ ର ବୈଠକ

Sunil Chandra Nayak

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

masiha

Leave a Comment

error: Content is protected !!