ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ପିଇଓ

ବନ୍ଧୁଗାଁ,୦୭/୦୮/୨୩ // ନୀଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘ ଡାକରାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କାର୍ଯ୍ୟରତ ସମସ୍ତ ୧୩ଟି ପଞ୍ଚାୟତର ନିର୍ବାହି ଅଧିକାରି ମାନେ ଜିଲ୍ଲାପାଳଙ୍କ ଉଦ୍ଧେସ୍ୟରେ ଏକ ତିନି ଦଫା ଦାବି ପତ୍ର ଗତ ୪ତାରିଖ ଦିନ ବିଡିଓଙ୍କୁ ପ୍ରଦାନ କରିଥିଲେ। ଯଦି କୌଣସି ଦାବି ଉପରେ ଜିଲ୍ଲା ପ୍ରସାସନ ଦୃଷ୍ଟି ନଦିଏ ତେବେ ଆସନ୍ତା ସାତ ତାତିଖରୁ କଳା ବ୍ୟାଜ୍ ପିନ୍ଧି କାମ କରିବୁ।ଏଥିସହ ତାର ଦସ ଦିନ ମଧ୍ୟରେ ଯଦି ଆମର କୌଣସି ଦାବି ପୁରଣ ନହୁଏ ତେବେ ଆସନ୍ତା ୧୭ ତାରିଖରୁ ସମୁହ କାର୍ଯ୍ୟ ବନ୍ଦ କରି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବୁ ବୋଲି ଦାବି ପତ୍ରରେ ଉଲ୍ଲେଖ ଥିଲା ।ବର୍ତମାନ ସୁଧା ସେମାନଙ୍କ ଦାବି ଉପରେ ଜିଲ୍ଲା ପ୍ରସାସନ କୌଣସି ଦୃଷ୍ଟି ନଦେବାରୁ ଆଜିଠୁ ସଭିଏଁ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆସନ୍ତା ୧୭ ତାରିଖରୁ ଧାରଣାରେ ବସିବେ ବୋଲି ପିଇଓ ମାନେ କହିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ଉପ-ସଚିବ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଧାନ ସଂଗ୍ରହ ତ୍ଵରାନିତ ବର୍ତ୍ତମାନ ପର୍ଯ୍ୟନ୍ତ ୩୩,୧୩୪ ଜଣ ପଂଜିକୃତ ଚାଷୀଙ୍କ ଧାନ ବିକ୍ରୟ 

masiha

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

Leave a Comment

error: Content is protected !!