ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

ବନ୍ଧୁଗାଁ ତା ୭/୮/୨୩ ଆଜି ବନ୍ଧୁଗାଁ ବ୍ଲକ ବିଜେଡ଼ି ସଭାପତି ବାଲା ନାଗ ଓ ବିଜେଡ଼ି ଦଳର କିଛି ଆଗଧାଡିର ନେତାମାନେ ପୋଲିସ ଥାନାକୁ ଯାଇ ନୂତନ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କୁ ସାକ୍ଷାତ କରିଛନ୍ତି। କର୍ମୀମାନଙ୍କ ଦ୍ୱାରା ନୂତନ ଥାନା ଅଧିକାରୀଙ୍କୁ ନିଜ ନିଜ ପରିଚୟ ଦେବା ସହିତ ଅଞ୍ଚଳର କିଛି ସମସ୍ୟା ଉପରେ ଆଲୋଚନା କରିଥିଲେ। ପୂର୍ବରୁ ଥାନା ଅଧିକାରୀ କାଶିପୁର ଥାନାରେ ରହିଥିଲେ। ଥାନା ଅଧିକାରୀ  ଜଣେ ରାୟଗଡ଼ା ଜିଲ୍ଲାର ଜଣାଶୁଣା କ୍ରିକେଟ ଖେଳାଳି ଥିଲେ। ବ୍ଲକରେ ଥିବା କିଛି ଛୋଟ ବଡ ସମସ୍ୟା ଦେଖାଦେଲେ ଶାନ୍ତି ଶୃଙ୍ଖଳା ରକ୍ଷା ରଖିବା ପାଇଁ ସ୍ଥାନୀୟ ସମସ୍ତ ରାଜନୈତିକ ଦଳର ନେତା, ଜନସାଧାରଣ ଓ ସାମ୍ବାଦିକ ମାନଙ୍କ ସହଯୋଗ ଦେବାକୁ ଅନୁରୋଧ କରିଛନ୍ତି। ଥାନା ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଦୁର୍ଯ୍ୟ ନାଗ, ଅଭିମନ୍ୟୁ ଭାଣ୍ଡିି, ଏସ ନାଗା, ମୁକୁନ୍ଦ ବେବରା, ଲିଙ୍ଗରାଜ ପାତ୍ର, ମାରିଗା ହାରେକା, ଗୁରୁନାଥ ନାଗ, ଗଣେଶ ଋଷୀଙ୍ଗି, ଆନନ୍ଦ ସାହୁ, ଯୋଗୀ ଖୋସଲା ଓ ଭି ନାଗା ଉପସ୍ଥିତ ରହି ଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଓଡିଆ ପକ୍ଷପାଳନ ଅବସରରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ରକ୍ତ ଦାନ ଶିବିର 

Sunil Chandra Nayak

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ 

ନୂଆପଡ଼ା ଜିଲ୍ଲାରେ ରବି ରୁତୁ ପାଇଁ ସାରାବଙ୍ଗରୁ ଧାନ ସଂଗ୍ରହ ଆରମ୍ଭ

masiha

Leave a Comment

error: Content is protected !!