ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଶନିବାର ଦିନ ସକାଳ ୬ ଘ. ରୁ ୮ ଘ. ପର୍ଯ୍ୟନ୍ତ ଯୋଗା ଦିବସ ପାଳନ କରାଯିବ | ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ବୈଠକରେ ସିଡିପିଓ ମିନତୀ ଦାଶ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବିପିସି ଆରଏଚ ଯୋଗେନ୍ଦ୍ର ମାଝି, ବିପିଏମ ଦୀପ୍ତି କିଶୋର ନାୟକ, ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପରାଣୀ ସାମଲ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଭାରପ୍ରାପ୍ତ ଅଗ୍ନିସମ କେନ୍ଦ୍ର ଅଧିକାରୀ ଲକ୍ଷ୍ମୀଧର ଜାନୀ, ବରିଷ୍ଠ ନାଗରିକ ସିମାଞ୍ଚଳ ଦାଶ, ଶିକ୍ଷକ ହେମନ୍ତ ସାମଲ ଓ ଅନ୍ୟମାନେ ଉପସ୍ଥିତୟା ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Sunil Chandra Nayak

ରାଇରଙ୍ଗପୁର ଗୋଇନ୍ଦା ବିଭାଗର ସହକାରୀ କର୍ମଚାରୀ ବିଶ୍ଵଜିତ ଗିରି ଆର ପାରିରେ

masiha

Leave a Comment

error: Content is protected !!