ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ 

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ:ଖାଉଟି ମୁଣ୍ଡରେ ଚଡକ ପଡିଛି l ବଜାର ମାଡିବାକୁ ଏବେ ଡରୁଛନ୍ତି ସାଧାରଣ ଖାଉଟି l ୫୦୦ ଟଙ୍କା ଧରି ପରିବା ପାଇଁ ବଜାର କୁ ବ୍ୟାଗ୍ ନେଇ ଗଲେ ବ୍ୟାଗ୍ ପୁରି ପାରୁନାହିଁ l

ଟମାଟୋ ଦର ଶତକ ମାରିବା ପରେ ଅନ୍ୟ ପରିବା ମଧ୍ଯ ଧାଡ଼ି ବାନ୍ଧିଛନ୍ତି l ଯେଉଁ ପରିବା ଛୁଇଁଲେ କିଲୋପିଛା ୫୦ ଟଙ୍କା ତଳକୁ ନାହିଁ l ଦୋକାନୀ ବାଧ୍ୟ ହୋଇ କିଲୋ ବଦଳରେ ଅଧା କିଲୋ, ପାଏ ହିସାବରେ ବିକ୍ରି କରୁଛନ୍ତି l ନବରଙ୍ଗପୁର ବଜାରରେ ଟମାଟୋ କେଜି ପିଛା ୧୨୦ ଟଙ୍କା ରହିଥିବା ବେଳେ ପୋଟଳ ୮୦ ଟଙ୍କା,କଲରା ୮୦,ପତ୍ରକୋବି ୫୦,କାଙ୍କଣ ୮୦,

କଞ୍ଚା ଲଙ୍କା-୧୪୦, ପିଆଜ- ୩୦,କ୍ୟାପ୍ସିକମ-୧୪୦,ଅମୃତ ଭଣ୍ଡା- ୫୦, ସଜନା ଛୁଇଁ-୮୦ ଟଙ୍କା ରେ ବିକ୍ରି ହୋଇଥିଲା ।ସେହିପରି ଅଦା କେଜି- ୨୨୦ ଟଙ୍କା ରହିଛି l ପରିବା ଦର ବୃଦ୍ଧି ଯୋଗୁଁ ସିଧା ସଳଖ ଖାଉଟି ଙ୍କ ହାଣ୍ଡିଶାଳ ରେ ଚଡକ ପଡୁଛି l ଏ ସମ୍ପର୍କରେ କେତେକ ବ୍ୟବସାୟୀ କହିଛନ୍ତି, ଏ ବର୍ଷ ଜିଲ୍ଲାରୁ ପରିବା ଉତ୍ପାଦନ କମିଛି, ଏଣୁ ପରିବା ବାହାର ଜିଲ୍ଲା ଓ ରାଜ୍ୟରୁ ପରିବାଆସୁଥିବାରୁ ଦର ବୃଦ୍ଧି ହୋଇଛି l ପରିବା ଦର ଆକାଶ ଛୁଆଁ ବୃଦ୍ଧି ଯୋଗୁଁ ଖାଉଟି ମାନଙ୍କ ମୁଣ୍ଡରେ ଏକ ପ୍ରକାର ଚଡକ ପଡିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ସରକାର ପଡ଼ି କାର୍ଡ ରେ ଏକ ଟଙ୍କାରେ ଚାଉଳ ଦେଉଥିବା ବେଳେ ଟମାଟୋ କେଜି ୧୨୦ ଟଙ୍କା ରେ କିଣି ବାକୁ ପଡୁଛି l ପରିବା ଉପରେ ନିୟନ୍ତ୍ରଣ କରା ନ ଗଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନହେବେl ଏଥିନେଇ ପ୍ରଶାସନ ର ଦୃଷ୍ଟି ପଡ଼ିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଲାଠିକଟା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

masiha

Leave a Comment

error: Content is protected !!