ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ନାଛିମପୁର ରେ କଂଗ୍ରସ ର କର୍ମୀ ବୈଠକ 

ବସ୍ତା,୧୬/୦୫ :ଜଳେଶ୍ୱର ବ୍ଲକ ଅଧିନସ୍ଥ ନାଛିମପୁର ଗ୍ରାମରେ ଗୁରୁବାର ଅପରାହ୍ଣ ସମୟରେ ମହିଳା ନେତ୍ରୀ ରାଧାରାଣୀ ପାତ୍ରଙ୍କ ସଭାପତିତ୍ୱରେ ଶତାଧିକ ମହିଳା ମାନଙ୍କୁ ନେଇ ଏକ ମହିଳା କର୍ମୀ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକ ରେ ଯୁବ ନେତା ଶ୍ରୀଯୁକ୍ତ ସପନ ଜେନା, ସୁଦାମ ପାତ୍ର ଯୋଗ ଦେଇ ଆଗାମୀ ନିର୍ବାଚନରେ କଂଗ୍ରେସ ଆଗାମୀ ନିର୍ବାଚନରେ ଦେଇଥିବା ଇସ୍ତାହାର ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ !ମହିଳା ନେତ୍ରୀ ରାଧାରାଣୀ ପାତ୍ର ଆଗାମୀ ନିର୍ବାଚନ ରେ କଂଗ୍ରେସ କୁ ବିପୁଳ ସଂଖ୍ୟରେ ଭୋଟ ଦେଇ ନିର୍ବାଚିତ କଲେ ମହିଳା ମାନେ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବ ଲୋକଙ୍କୁ ବୁଝାଇ ଥିଲେ !ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସୁଜାତା ଗିରି, ବିଜୟୀ ଲଷ୍ମୀ ରାଜ,ରୁକ. ରୁକ୍ମୁଣୀ ଗିରି, ଗିରିବାଳା ଗିରି, ସୁପ୍ରଭା ଗିରି, ଜିତାରାଣୀ ଗିରି, କବିତା ରାଣୀ ଗିରି, ଜଲୀ ଗିରି, ଶାନ୍ତିଲତା ରାଉଳ, ଗୀତାରାଣୀ ଗିରି, ନମିତା ଗିରି, ରାଧାରାଣୀ, ରାଜ, ସବିତା ଗିରି, ସ୍ନେହଲତା ସେନାପତି, ସୁମତି ଗିରି, ମିତା ପାତ୍ର ସହଯୋଗ କରିଥିଲେ !

=======================.=========

ବେଆଇନ ପଥର ବୋଝଇ ଡ଼ମ୍ପର କୁ ଜବତ କଲା ପୋଲିସ 

ବସ୍ତା,୧୬/୦୫ :ବସ୍ତା ପୋଲିସ ପକ୍ଷରୁ ଗୁରୁବାର ସକାଳ ସମୟରେ ସମୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ନଳବାହାର ନିକଟରୁ ଗୋଟିଏ ବେଆଇନ ପଥର ବୋଝେଇ ଡ଼ମ୍ଫର କୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଦିନକୁ ଦିନ ପଥର ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଅଭିଯୋଗକୁ ଭିର୍ତ୍ତି କରି ଆଜି ବସ୍ତା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଗୋଟିଏ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ କରି ବସ୍ତା ଥାନାରେ ରହିଥିବା ଦେଖିବାକୁ ମିଳିଥିଲା l

=============================.=

ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ 

ବସ୍ତା,୧୬/୦୫: ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁରୁବାର ଅପରାହ୍ନ ସମୟରେ ଦ୍ୱନ୍ଦକୁଟ ଗ୍ରାମରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ତେବେ କର୍ମୀ ସମ୍ମିଳନୀ ର ମୁଖ୍ୟ ଉଦେଶ୍ୟ ଯଉଁ କର୍ମୀ ମାନଙ୍କ ଭିତରେ ମତଭେଦ ରହିଛି ତାହାକୁ କିଭଳି ଭାବରେ ଦୂରୀକରଣ କରାଯାଇପାରିବ ଓ ଆଗାମୀ ନିର୍ବାଚନ ପୂର୍ବରୁ ଦଳକୁ କିଭଳି ଭାବରେ ସୁଦୁଢ କରିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା l ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଶତାଧିକ କର୍ମୀ ବିଭିନ୍ନ ଦଳ ଛାଡି ଆଜି ବିଜେପି ରେ ସାମିଲ ହୋଇଥିଲେ l ବରିଷ୍ଠ ନେତୃବୃନ୍ଦ ସେମାନଂକୁ ଦଳୀୟ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ l ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ l

==============================

କୁଳିଦା ସରପଞ୍ଚ ଙ୍କ ମାତୃ ବିୟୋଗ

ବସ୍ତା,୧୬/୦୫ ବସ୍ତା ଥାନା ଅଧିନସ୍ଥ କୁଳିଦା ପଞ୍ଚାୟତ ଧୂଳିଉଡା ଗ୍ରାମର ସମାଜସେବୀ କୃର୍ଷ୍ଣ ଚନ୍ଦ୍ର ସେନାପତିଙ୍କ ମାତା ପଦ୍ମା ମଣୀ ସେନାପତି (୮୭)ବୟସରେ ମୃତ୍ଯୁ ବରଣ କରିଛନ୍ତି ।ସେ ଜଣେ ଧର୍ମପରାୟଣ ପରୋପକାରୀ,କର୍ତ୍ତବ୍ଯନିଷ୍ଠ ଭାବେ ଉକ୍ତ ଅଞ୍ଚଳରେ ଜଣାଶୁଣାଥିଲେ ।ତାଙ୍କର ପୁତ୍ରବଧୂ ଅନ୍ନପୂର୍ଣ୍ଣା ସେନାପତି କୁଳିଦା ପଞ୍ଚାୟତର ସରପଞ୍ଚ ଅଛନ୍ତି ।ତାଙ୍କ ମୃତ୍ଯୁ ସମୟରେ ପୁତ୍ର ରାଧାକୃର୍ଷ୍ଣ.ଜୟକୃର୍ଷ୍ଣ ପୁତ୍ରବଧୁ ସୁବାଷିନୀ ସେନାପତି.ମମତା ସେନାପତି.ଅନ୍ନପୂର୍ଣ୍ଣା ସେନାପତି ନାତି ନାତୁଣିବହୁ ଉପସ୍ଥିତଥିଲେ ।ତାଙ୍କ ମୃତ୍ଯୁ ଖବର ପଚାରିତ ହେବାପରେ ଅଞ୍ଚଳର ବହୁ ମାନ୍ଯଗନ୍ଯ ବକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।ଗାଁ ମଶାଣିରେ ଶେଷ କୃତ ସମାପନ ହୋଇଥିଲା ।ପୁଅ ଜୟକୃର୍ଷ୍ଣ ମୂଖାଗ୍ନୀ ଦେଇଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିରେ ସ୍ୱଚ୍ଛତା ହି ସେବା ଅଭିଯାନ

masiha

ସମ୍ବାଦ ଓ ଆମଓଡିଶା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

Leave a Comment

error: Content is protected !!