ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

ଟିକିରି/ ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ‌ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ତାହାର ପାଇକକୁପଖାଲ ଅଙ୍ଗନବାଡି ସଂଟର (ଏଡବ୍ଲ୍ୟୁସି)ଠାରେ ୨୦୨୪ ସେପ୍ଟେମ୍ବର ୧୨ ତାରିଖ ଦିନ ବିଶ୍ଵ ପୁଷ୍ଟିସାଧନ ସପ୍ତାହ ପାଳନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୨୦୨୪ ସେପ୍ଟେମ୍ବର ୫ ତାରିଖରେ ଉଦ୍‌ଘାଟିତ ହୋଇଥିଲା ଏବଂ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ବିଷୟ ଉପରେ କେନ୍ଦ୍ରୀଭୂତ ଥିଲା । ଏହା ପୁଷ୍ଟି ସାଧନ ଉପରେ ସଚେତନ‌ତା ବୃଦ୍ଧି ଏବଂ ସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଉପରେ ଦୃଷ୍ଟିନିବଦ୍ଧ ନିମନ୍ତେ ଗୋଷ୍ଠୀ ନେତୃବୃନ୍ଦ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ ଏବଂ ସେମାନଙ୍କର ପିଲାମାନଙ୍କୁ ଏକତ୍ରିତ କରାଇଥିଲା ।

ଏହି ପ୍ରଭାବୀ କାର୍ଯ୍ୟକ୍ରମରେ ପ୍ରାୟ ୪୫ ଜଣ ମହିଳା ଏବଂ ପାଂଚ ବର୍ଷରୁ କମ୍ ବୟସର ୩୫ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ ।ସପ୍ତାହ ପାଳନରେ ସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ପୁଷ୍ଟିସାଧନ ଉପରେ ମୂଲ୍ୟବାନ ସୂଚନା ପ୍ରଦାନ କରିବା ନିମନ୍ତେ ଡିଜାଇନ ପ୍ରସ୍ତୁତ କରାଯାଇଥିବା ବହୁ ନିୟୋଜନକାରୀ କାର୍ଯ୍ୟକଳାପ ସ୍ଥାନ ପାଇଥିଲା । ବିଶ୍ଵ ପୁଷ୍ଟିସାଧନ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବ୍ୟକ୍ତିଗଣ ଏକ ସୂଚନା ଆଧାରିତ ପ୍ରଦର୍ଶନ ଜରିଆରେ ବହୁବିଧ ପୁଷ୍ଟିକର ଖାଦ୍ୟ ବିକଳ୍ପ ସମ୍ଭାବନା ଅନୁଧ୍ୟାନ କରିବାର ସୁଯୋଗ ପାଇଥିଲେ । ଏହି ପ୍ରଦର୍ଶନୀରେ କେବଳ ବିବିଧ ସ୍ଵାସ୍ଥ୍ୟକର ଖାଦ୍ୟ ସ୍ଥାନ ପାଇନଥୁଲା, ତାହାସହିତ ପ୍ରତ୍ୟେକଟି ସାମଗ୍ରୀର ଫାଇଦା ସମ୍ପର୍କରେ ଆଲୋକପାତ କରିବା ସହିତ ଏକ ସମତୁଲ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିଥିଲା । ଏହି ପ୍ରଦର୍ଶନୀ ଅଂଶଗ୍ରହଣକାରୀଙ୍କୁ ବିବିଧ, ପୋଷକତତ୍ଵରେ ସମୃଦ୍ଧ ଖାଦ୍ୟଗୁଡିକ ସେମାନଙ୍କର ଖାଦ୍ୟରେ ସାମିଲ କରିବା ଏବଂ ଏହାଦ୍ଵାରା ସ୍ଵାସ୍ଥ୍ୟକର ଖାଦ୍ୟାଭ୍ୟାସକୁ ଉତ୍ସାହିତ କରିବା ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟ ରଖୁଥିଲା ।

କାର୍ଯ୍ୟକ୍ରମ ସହିତ ଏକ ପ୍ରତିଯୋଗିତାମୂଳକ ଏବଂ ନିୟୋଜନକାରୀ ଅଂଶକୁ ଯୋଗକରି ଅଂଶଗ୍ରହଣକାରୀଙ୍କର ପୁଷ୍ଟିସାଧନ ଉପରେ ଜ୍ଞାନ ପରୀକ୍ଷା କରିବା ନିମନ୍ତେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୁଇଜରେ ଖାଦ୍ୟ ସମ୍ପର୍କିତ ସ୍ଵାସ୍ଥ୍ୟର ବିଭିନ୍ନ ଦିଗ ସ୍ଥାନ ପାଇଥିଲା ଏବଂ ଏହା ଶିକ୍ଷଣକୁ ଅଧୂକ ସୁଦୃଢ କରିବା ପାଇଁ ଏକ ମଜାଦାର, ଆନ୍ତଃକ୍ରିୟାଶୀଳ ମାଧ୍ୟମ ଯୋଗାଇ ଦେଇଥିଲା । ପ୍ରତିଯୋଗିତାର ବିଜେତାମାନଙ୍କୁ ସେମାନଙ୍କର ସଠିକ ଉତର ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ଶିକ୍ଷଣ ଅନୁଭୂତିକୁ ଉପଭୋଗ୍ୟ ଏବଂ ସ୍ମରଣୀୟ କରି ଗଢିତୋଳିଥିଲା ।

ଏଥିସହିତ ଅଙ୍ଗନବାଡି କର୍ମୀ (ଏଡବ୍ଲ୍ୟୁଡବ୍ଲ୍ୟୁ)ମାନଙ୍କ ସହ‌ଯୋଗୀତାରେ ସିଏସଆର ପ୍ରତିନିଧୂମାନଙ୍କ ଦ୍ଵାରା ଏକ ଜ୍ଞାନ ଆଧାରିତ ସଚେତନ‌ତା ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ଖାଦ୍ୟ ଓ ପୁଷ୍ଟି ସାଧନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟକାରିତାଗତ ପରାମର୍ଶ ଏବଂ ରଣକୌଶଳ ଯୋଗାଇ ଦିଆଯାଇଥିଲା। ଏଡା ଅଂଶଗ୍ରହଣକାରୀଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ପସନ୍ଦ କରିବା ଏବଂ ସେମାନଙ୍କର ଦୈନନ୍ଦିନ ଜୀବନରେ ସଫଳ ଖାଦ୍ୟାଭ୍ୟାସକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ମୂଲ୍ୟବାନ ସୂଚନା ଅଂଶଗ୍ରହଣକାରୀଙ୍କୁ ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଥିଲା ।

କାର୍ଯ୍ୟକ୍ରମ ଶ୍ରୀମତୀ ନିହାରିକା ସାହୁ, ହେଡ, ସିଏସଆର ଏବଂ ତାଙ୍କ ସହିତ ଉତ୍କଳ ଆଲୁମିନାର ମାଇନ୍ତି ସିଏସଆର ଟିମ୍ ନେତୃତ୍ବରେ ପରିଚାଳିତ ହୋଇଥିଲା, ଯିଏ ଏହିଭଳି ପ୍ରୟାସଗୁଡିକ ଜରିଆରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁରୁତ୍ଵ ଦେଇଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ

masiha

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

masiha

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

masiha

Leave a Comment

error: Content is protected !!