ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା/ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ନେଇ ବାସନ୍ତୀ ପାଠାଗାର ତରଫରୁ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ଯୋଗଦେଇ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀଦାଶ କାନ୍ତକବିଙ୍କ ସୃଷ୍ଟିକୁ ସାଙ୍କେତିକ ନୈବେଦ୍ୟ ଭାବେ ଅବହିତ କରିବା ସହ ତାଙ୍କୁ ଜଣେ ପ୍ରଖ୍ଯାତ ସମାଜ ସଂସ୍କାରକ ଓ ମାତୃଭୂମି ତଥା ମାତୃଭାଷା ପ୍ରତି ସମର୍ପିତ ଶ୍ରେଷ୍ଠ ସେବକ ବୋଲି ମତ ରଖିଥିଲେ । ଏହି ଅବସରରେ ଗୌତମ ଦାସ ସମାଜ ଆଖିରେ ଚଳଚ୍ଚିତ୍ର ଓ କିଶୋରୀମୋହନ କର ଏକ ଗଳ୍ପ ପଠନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସୁଶାନ୍ତ କୁମାର ନାୟକ ଓ ବବିତା ମହାଳିକଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, କୁଞ୍ଜବିହାରୀ ରାଉତ, ବିଜୟିନୀ ଜେନା, ପ୍ରଭାତ ନଳିନୀ ସାହୁ, ବ୍ରହ୍ମା ନନ୍ଦ ପାଢୀ, ହିମାଂଶୁ ସାହୁ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଗଦାଧର ରଥ , ଅଜୟ କୁମାର ମହାନ୍ତି, ତ୍ରିନାଥ ସିଂ ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀ ବେହେରା ସ୍ବାଗତ ଭାଷଣ ରଖିଥିବାବେଳେ ଶେଷରେ ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଅରବିନ୍ଦ ପାତ୍ର, ଶିଶିର କୁମାର ପାଣି, ଗୟାଧର ମହାଳିକ, ସୁଦାମ ଚନ୍ଦ୍ର ଦାଶ, ଶ୍ରୀକାନ୍ତ ପାଣିଗ୍ରାହୀ, ବସନ୍ତ ମହାରଣା, ଲକ୍ଷ୍ମଣ ନାଥ ଦାସ , ନିରୁପମା ଚାନ୍ଦ, ସ୍ବର୍ଣ୍ଣଲତା ଘଡେଇ, ପ୍ରିୟା ପାତ୍ର, କବିତା ଦାଶ, ଅନିଲ କୁମାର ଦାଶ, ଶରତଚନ୍ଦ୍ର ରାଉତ, ବିଭୁତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

masiha

ସମାଜସେବୀ ଙ୍କ ବସ୍ତି ଅଭିଯାନ

masiha

ସାବୁନଭାଡି ଏବଂ ବାଞ୍ଜିପଦର ନାଳ ଉପରେ ସୁଉଚ୍ଚ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ

masiha

Leave a Comment

error: Content is protected !!