ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂଆଁଖାଇ ଭେଟଘାଟ୍

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂଆଁଖାଇ ଭେଟଘାଟ୍

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆ ଠାରେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ନୂଆଖାଇ ଭେଟଘାଟ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ସଭାପତି ଦୀନ ବନ୍ଧୁ ସାହୁ( ଘିନୁ)ଙ୍କ ସଭାପତିତ୍ୱ ରେ ମୂଖ୍ୟ ଅତିଥି ଭାବେ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଜିଲ୍ଲା ସଭାପତି ନୀଳମଣି ସାହୁ, ମୁଖ୍ୟ ବକ୍ତା ଭାବେ ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପ୍ରାଧ୍ୟାପକ ଅର୍ଥନୀତି ବିଭାଗ ବିଭୁତି ଭୂଷଣ ସାହୁ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ନବୀନ କିଶୋର ସାହୁ, ଧର୍ମଗଡ଼ ଉପଖଣ୍ଡ କାର୍ଯ୍ୟକାରୀ ସଭାପତି ଦୀପଚାନ୍ଦ ସାହୁ, ସଇଁନ୍ତଲା ବ୍ଲକ ସଭାପତି ରାଧେଶ୍ୟାମ ସାହୁ, ବଲାଙ୍ଗୀର ଜିଲ୍ଲା ସଭାପତି ଅଶୋକ କୁମାର ସାହୁ, ପଶ୍ଚିମ ଓଡ଼ିଶା ଶୀର୍ଷ କମିଟି ରୁ ଚୈତନ୍ୟ ସାହୁ, କୋଶଳ କବି ଅର୍ଜୁନ ସାହୁ, ଭାରତୀୟ ତୈଳିକ ମହାସଂଘ ରାଠୋର ରାଜ୍ୟ ସମ୍ପାଦକ ବରଗଡ଼ ପଦ୍ମ ଲୋଚନ ସାହୁ ପ୍ରମୁଖ ଯୋଗ ଦେଇ ସମାଜ ର ନୀତି ନିୟମ କୁ ପାଳନ କରିବା ସହ ପରସ୍ପର ପ୍ରତି ସମ୍ମାନ ଦେବା, ନିଶା ନିବାରଣ, ମହିଳା ଶିକ୍ଷା, ଯୌତୁକ ପ୍ରଥା କୁ ବନ୍ଦ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବ୍ଲକ ର କୃତି ଛାତ୍ରୀ ଛାତ୍ର ମାନଙ୍କ ସମ୍ମାନିତ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭରେ ବ୍ଲକ ସମ୍ପାଦକ ଦୀନବନ୍ଧୁ ସାହୁ ବିବରଣୀ ପଠନ କରିଥିଲେ। ସଭା କାର୍ଯ୍ୟ ରେ ଦୁର୍ଗା ପ୍ରସାଦ ସାହୁ, ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ହୃଷିକେଶ ସାହୁ ଓ ରଘୁରାଜ ସାହୁ ସଂଯୋଜନା କରିଥିଲେ ଓ ଉଜ୍ଜ୍ୱଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ରେ କର୍ଲାମୁଣ୍ଡା, କେସିଙ୍ଗା, ନର୍ଲା, ମ.ରାମପୁର ବ୍ଲକ ଆଦି ରୁ ଗ୍ରାମ କମିଟି, ମଣ୍ଡଳ କମିଟି, ବ୍ଲକ କମିଟି, ଜିଲ୍ଲା କମିଟି ର ସଦସ୍ୟା, ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ଅବନୀ ସାହୁ, ସୁଦର୍ଶନ ସାହୁ, ପ୍ରସନ୍ନ ସାହୁ, ଅନନ୍ତ ସାହୁ, ତୁମ୍ବେଶ୍ୱର ସାହୁ, କିଶୋର ସାହୁ, ହିରୋଜ ସାହୁ, ଅକ୍ଷୟ ସାହୁ, ବିନୋଦ ସାହୁ, ପିତାମ୍ବର ସାହୁ, ଗୋପମଣୀ ସାହୁ, ଟିକୁନୁ ସାହୁ, ଯଦୁମଣି ସାହୁ, ଧନୁର୍ଯ ସାହୁ, କୌତୁକ ସାହୁ, ମୋହନ ଲାଲ ସାହୁ, ଅଶୋକ ସାହୁ, ଜୟନ୍ତୀ ସାହୁ, ପୁଷ୍ପାଞ୍ଜଳି ସାହୁ, ତୁଲାମତି ସାହୁ, ବସୁସାହୁ, ଗୁରୁବାରୁ ସାହୁ, ନୃସିଂହ ସାହୁ, ଗୋବିନ୍ଦ ସାହୁ, ଦୟା ସାଗର ସାହୁ, ପୁଷ୍ପ ସାହୁ, ରଥ ସାହୁ, କପିଲେ ସାହୁ, ମାନସିଂହ ସାହୁ, ରମେଶ ସାହୁ, ବିନୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Related posts

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

Sunil Chandra Nayak

ଉତ୍ତରାଖଣ୍ଡର ଟନେଲ ରେ ଫସି ରହିଥିବା ପୁଅକୁ ସୁରକ୍ଷିତ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

masiha

Leave a Comment

error: Content is protected !!