ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା ରଘୁବୀର ନାଗ ସଭାପତି : ଈଶ୍ୱର ବଗର୍ତ୍ତି ସାଧାରଣ ସଂପାଦକ

ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ନୂତନ କର୍ମକର୍ତ୍ତା

ରଘୁବୀର ନାଗ ସଭାପତି : ଈଶ୍ୱର ବଗର୍ତ୍ତି ସାଧାରଣ ସଂପାଦକ

ଲାଞ୍ଜିଗଡ଼, ୨୧/୦୯-ଲାଞ୍ଜିଗଡ଼ ବ୍ଲକ ଯାଦବ ସମିତିର ପୁନଃଗଠନ ସହିତ ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଶ୍ୱନାଥପୁରସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ଅଭ୍ୟର୍ଥନା ସମିତିର ସଭାପତି ଗିରିଧାରୀ ଗଉଡ଼, ସଂପାଦକ ତ୍ରିପୁର ନାୟକ, ନର୍ଲା ଯାଦବ ସମିତିର କୋଷାଧ୍ୟକ୍ଷ ଗିରିଧାରୀ ଗଉଡ଼ ପ୍ରମୁଖ ଯୋଗଦେଇ ଯାଦବ ମାନଙ୍କୁ ସଂଗଠିତ କରିବାକୁ ଉଦବୋଧନ ଦେଇଥିଲେ। ବ୍ଲକ ଯାଦବ ସମିତିର ସଭାପତି ରଘୁବୀର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ନୂତନ ସଭାପତି ଭାବେ ରଘୁବୀର ନାଗଙ୍କ ନାମ ଘୋଷଣା କରାଯାଇଥିବାବେଳେ ଉପସଭାପତି ଭାବେ ଶୋଭାବନ ଛତର (ଜୋନ-୧), ହରିହର ଚଣ୍ଡୀ (ଜୋନ -୨)ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ସାଧାରଣ ସଂପାଦକ ଭାବେ ଈଶ୍ଵର ବଗର୍ତ୍ତୀ, ସହ ସମ୍ପାଦକ ଭାବେ ରାଘବ ଗହୀର, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମୀଧର ଚଣ୍ଡୀଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଯୁବ ଯାଦବ ସଭାପତି ଭାବେ ଡିଲେଶ କୁମାର ନାଗ, ଉପସଭାପତି ଭାବେ ବଳରାମ ଗହୀର, ସମ୍ପାଦକ ଭାବେ ନୃପମଣି ଛତର, ମିଡ଼ିଆ ବିଭାଗ ଦାୟିତ୍ୱରେ ନୀଲେଶ କୁମାର ନାଗ, ଆଇନ ପରାମର୍ଶ ଦାତା ଭାବେ ରାଜେନ୍ଦ୍ର କୁମାର ଛତରଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ଭାବେ ଜଗମୋହନ ଛତର, ଧବଳେଶ୍ଵର ଠେଲା, ଜଗତରାମ ଗଉଡ଼, ଡମ୍ବରୁଧର ଗଉଡ଼, କେଶବ ଗଉଡ଼, ଅଚ୍ୟୁତ ଗଉଡ଼, କଳାମଣି ଭୋଇ, ହୃଷିକେଶ ଚଣ୍ଡୀ, ଭୁଜ ଚଣ୍ଡୀ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏଥିରେ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ଭାତ କମିଟି, ଗ୍ରାମ୍ୟ କମିଟି, ପଞ୍ଚାୟତ ଓ ଜୋନ କମିଟିର କର୍ମକର୍ତ୍ତା ଓ ସଦସ୍ୟ, ସଦସ୍ୟା ଯୋଗଦେଇ ମନୋନୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଶ୍ରୀନିବାସ ଚଣ୍ଡୀ, ବୁଲବୁଲ ନାଏକ, ଆଶିଷ ନାଗ, ଦେବାଶିଷ ନାଗ, ଗଙ୍ଗାଧର ଚଣ୍ଡୀ, ବୃନ୍ଦାବନ ବାଗ, ସଚିନ ଯାଦବ, ନୀଳକଣ୍ଠ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ଠେଲା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପୁଣି ରାଜରାସ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଆଗକୁ ବର୍ଷା ଦିନକୁ ନଜରରେ ରଖି ପୈାରପାଳିକା ସଫେଇ କର୍ମଚାରୀମାନେ ଡ୍ରେନଗୁଡିକୁ ସଫା କରିବାରେ ବ୍ୟସ୍ତ

Leave a Comment

error: Content is protected !!