ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମାର ଉତ୍ସବ ଆସନ୍ତା ୨୮ରେ….

କୁମାର ଉତ୍ସବ ଆସନ୍ତା ୨୮ରେ….

ରାଉରକେଲା/ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ଆସନ୍ତା ୨୮ତାରିଖ ଶନିବାର ଦିନ ସନ୍ଧ୍ୟା ସାଢ଼େ ୬ଟା ରେ ଭଞ୍ଜ ପ୍ରେକ୍ଷାଳୟ ଠାରେ କୁମାର ଉତ୍ସବ ୨୦୨୩ ମହାସମାରୋହରେ ଓ ପାରମ୍ପରିକ ରୀତିନୀତିରେ ପାଳନ କରାଯିବ ବୋଲି ପାଠାଗାର ଠାରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଛି। ଏହି ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସିନେ କଳାକାର ଡ଼ଃ ତ୍ରିପୁରା ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୁହାଣ ଙ୍କୁ କୁମାର ଉତ୍ସବ ସମ୍ମାନ ୨୦୨୩ରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଶିଷ୍ଟ କଣ୍ଠଶିଳ୍ପୀ ମାନେ ଯୋଗ ଦେଇ ସଂଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ବୈଠକରେ ଭଞ୍ଜ ସାଂସ୍କୃତିକ ନ୍ୟାସର ଟ୍ରଷ୍ଟି ଇଂ ଅଭୟ କୁମାର ଦାସ, ବିଷ୍ଣୁ ଚରଣ ମହାନ୍ତି, ଚନ୍ଦ୍ରଶେଖର ଶତପଥୀ, ରାଧାକାନ୍ତ ମିଶ୍ର, ବାଉରୀବନ୍ଧୁ ସାହୁ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ଆଦର୍ଶ ପାଠାଗାର ତରଫରୁ ଡାକ୍ତର ବସନ୍ତ କୁମାର ଦାସ, ଅଶୋକ ବଳ,ବିଜୟ ପାତ୍ର, କୁଞ୍ଜବିହାରୀ ରାଉତ, ଅର୍ଚ୍ଚନା ମହାନ୍ତି,ଟୁକୁଲା ପାଢ଼ୀ,ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ଜ୍ୟୋତିରଞ୍ଜନ ମହାପାତ୍ର, ବିଭୁତି ଭୁଷଣ ବିଶ୍ବାଳ, ଦୀନବନ୍ଧୁ ରଥ,ଟି ଏସ ମଧୁସୂଦନ, ସନ୍ତୋଷ କୁମାର ରଥ, ଡ଼ଃ ଜୟନ୍ତୀ ପାଢ଼ୀ, ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଯୋଗ ଶିବିର ସୁସ୍ଥ ଓ ସନ୍ତୁଳିତ ଜୀବନଶୈଳୀର ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ

Sunil Chandra Nayak

ସମୃଦ୍ଧ ସରକାର ଶାଶନରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୋଗତି

Sunil Chandra Nayak

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

Sunil Chandra Nayak

Leave a Comment

error: Content is protected !!