ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ବ୍ଲକ କର୍ମଚାରୀଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ

ଜୟପାଟଣା ବ୍ଲକ କର୍ମଚାରୀଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଆର ଏଚ ସେକ୍ସନରେ ବିପିସି (BPC) ଭାବେ କାର୍ଯ୍ୟରତ ଚନ୍ଦନ ସାହୁ(୪୧) ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ସ୍ଵର୍ଗତ ସାହୁ କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ସହଦେବ ସାହୁଙ୍କ ପୁଅ ଅଟନ୍ତି। ଅଫିସ ଛୁଟି ପରେ ଗତ ୩୦ ତାରିଖ ଦିନ ସେ ମଟର ସାଇକେଲ ପ୍ରବଳ ଖରାରେ ଜୟପାଟଣା ରୁ ନିଜ ଗ୍ରାମ ଚିକିଲି କୁ ଫେରିଥିଲେ ଓ ଅସୁସ୍ଥ ଅନୁଭବ କରିଥିଲେ। ଗତକାଲି ସକାଳୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। ଟିକେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ସନ୍ଧ୍ୟାରେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜୁନାଗଡ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରାତି ସାଢ଼େ ଗୋଟାଏ ବେଳେ ତାଙ୍କର ପରଲୋକ ଘଟିଥିଲା। ତାଙ୍କୁ ଅଂଶୁଘାତ ଜନିତ ଚିକିତ୍ସା ହିଁ କରାଯାଉଥିଲା ବୋଲି ସମ୍ପର୍କୀୟ ଙ୍କ ଠାରୁ ପ୍ରକାଶ।

ସେ ଜଣେ ନିଷ୍ଠାବାନ ଅଧିକାରୀ ଭାବେ ପରିଚିତ ଥିଲେ। ସ୍ଵର୍ଗତ ଚନ୍ଦନ ସାହୁ ଙ୍କ ବିୟୋଗରେ ଦକ୍ଷିଣୀ ଶୌଣ୍ଢିକ ମହାସଂଘ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ଵର୍ଗତ ସାହୁ ନିଜର ଚାକିରୀ କ୍ଷେତ୍ର ଜୟପାଟଣା ବ୍ଲକରେ ନିଷ୍ଠାର ସହ କାମ କରି ସମସ୍ତ ଙ୍କର ବେଶ୍ ପ୍ରିୟ ଥିଲେ। ତାଙ୍କର ପୈତୃକ ଗ୍ରାମ ଚିକିଲୀ ଠାରେ ଆଜି ଆତ୍ମୀୟ ସ୍ବଜନ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସ୍ଵର୍ଗତ ସାହୁ ଙ୍କ ପରିବାରକୁ ମିଲିବାକୁଥିବା ସମସ୍ତ ସରକାରୀ ସହଯୋଗ ସହିତ ଅଂଶୁଘାତ ଜନିତ ମୃତ୍ୟୁର କ୍ଷତିପୂରଣ ଦିଆଯାଉ ବୋଲି ଦକ୍ଷିଣୀ ଶୌଣ୍ଢିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ପକ୍ଷରୁ ଦାବୀ କରଯାଇଛି।

ବ୍ୟୁରୋ ରିପୋର୍ଟ…..

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ ଓ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଠିତ 

ଭାରତମାଲା ଯୋଜନାରେ ପୋଲ ସ୍ଥାନାନ୍ତର ଯୋଗୁଁ 10 ଏକର ଜମିରେ ପାଣି ଜମିଲା,ପୋଲ ସ୍ଥାନାନ୍ତର ପାଇଁ ଦାବି

ପରୀକ୍ଷା ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ବିପିୟୁଟି କୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ସ୍ୱୀକୃତି

Sunil Chandra Nayak

Leave a Comment

error: Content is protected !!