ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଯୋନର ୮ଟି ପଞ୍ଚାୟତ ୱାର୍ଡ଼ ମେମ୍ବରଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

କୋକସରା,୨୮/୧୨// କୋକସରା ବ୍ଲକ ଆମପାଣି ୧ ନମ୍ୱର ଜୋନ ଅନ୍ତର୍ଗତ ୮ଗୋଟି ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ମହିମା ପଞ୍ଚାୟତ ମହାଭାରତ ପଡ଼ିଆ ଠାରେ ଅନଷ୍ଠିତ ହୋଇଥିଲା । ବୈଠକରେ ୮ ପଞ୍ଚାୟତରେ ରହିଥିବା ସମସ୍ୟା ଉପରେ ଆଲୋଚନା ପରେ ଆମପାଣି ୧ନମ୍ୱର୍ ଜୋନ ସଂଘ କର୍ମକର୍ତ୍ତା ଚୟନ କରାଯାଇଛି। ସର୍ଵ ସମ୍ମତି କ୍ରମେ ସଭାପତି ଭାବରେ ବଡ ପୋଡ଼ାଗୁଡା ପଞ୍ଚାୟତର ୱାର୍ଡ ମେମ୍ବର ବିଡୁ ନାଏକ, ଉପସଭାପତି ଭାବରେ ଦେବୀସିଂ ନାଗ, ସମ୍ପାଦକ ଭାବରେ ଭବାନୀ ଶଙ୍କର ପୁରୋହିତ, ସହ ସମ୍ପାଦକ ଭାବରେ ଦକ୍ଷସୂତା ନାଏକ ଓ କୋଷାଧକ୍ଷ୍ୟ ଭାବରେ ରୁକଧର କାଣ୍ଡ ଙ୍କୁଚୟନ କରାଯାଇଛି । ବୈଠକକୁ ପିତାମ୍ବର ବିହାରୀ ପରିଚାଳନା କରିଥିଲେ। ଆଗାମୀ ସମୟରେ କୋକସରା ବ୍ଲକର ୩ଟି ଯୋନରେ ସଙ୍ଘ ପକ୍ଷରୁ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୁଚନା ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

masiha

ମିଶନ୍ – 78 ପକ୍ଷରୁ ଏକଦିବସୀୟ ବହୁଜନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ

masiha

କୋମନା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!