ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷୋତ୍ତମ ଖଡ଼ିରତ୍ନ ପଂଜିକା ଉନ୍ମୋଚିତ

ମ.ରାମପୁର:୨୯/୧୨( ମସୀହା): ପୁରୁଷୋତ୍ତମ ଜ୍ୟୋର୍ତିବିଜ୍ଞାନ ମହାସଂଘ ତରଫରୁ ବୁଧବାର  ମ.ରାମପୁର ବିଜୁ କଲ୍ୟାଣ ମଣ୍ଡପଠାରେ ପୁରୁଷୋତ୍ତମ ଖଡ଼ି ରତ୍ନ ପଂଜିକା ଉନ୍ମୋଚିତ ହୋଇଯାଇଛି । ମହାସଂଘର  ସଭାପତି ଅଧ୍ୟାପକ ସୁବୋଧ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ମୁଖ୍ୟବକ୍ତା ଅନ୍ତର୍ଯ୍ୟାମୀ ମିଶ୍ର,ସମ୍ମାନୀତ ଅତିଥି ସରପଂଚ ବୀଣାପାଣି ସାହୁ,ବୁଧେନ୍ଦ୍ର ପ୍ରତାପ ସିଂହଦେଓ,ପଦ୍ମ ଲୋଚନ ମିଶ୍ର, ଡ଼ୋଳାମଣି ରଥ, ବିରଞ୍ଚି ନାରାୟଣ ମହାପାତ୍ର ଉପସ୍ଥିତ ରହିଥିବାବେଳେ ମଂଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ । ଏହି ଅବସରରେ ପୁରୁଷୋତ୍ତମ ଖଡ଼ି ରତ୍ନ ପଂଜିକା ପୂଜାର୍ଚ୍ଚନା ପୂର୍ବକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହେଇଥିଲା । ମହାସଂଘ ତରଫରୁ ଶ୍ରବଣ କୁମାର ପାଣିଗ୍ରାହୀ ଏବଂ ଦୀପ୍ତିଲାଲ ପାଣିଗ୍ରାହୀ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଡ଼କ୍ଟର ଲମ୍ବୋଦର ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ପଣ୍ଡା, ଅଶ୍ବିନୀ କୁମାର ମୁଣ୍ଡ ,ଛନ୍ଦା ଚରଣ ନାୟକ, ସୁବାଷ ଚନ୍ଦ୍ର ଦାଶ, ବାପୁନୀ ପୁରୋହିତ, ଓ ମହାଂସଘର ଅନ୍ୟାନ୍ୟ କର୍ମକର୍ତ୍ତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ପଂଜିକା ଗଣନାକାର ବା ଜ୍ୟୋତିଷମାନେ ଉପସ୍ଥିତ ରହିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ଗଞ୍ଜାମ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

ଲଗାଣ ବର୍ଷାରେ ଧୋଇଗଲା ପୋଲ : ଲାଞ୍ଜିଗଡ- ବିଶ୍ୱନାଥପୁର ଯୋଗାଯୋଗ ବିଛିନ୍ନ 

masiha

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!