ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚୋରନିଦୁଆର ଗ୍ରାମବାସୀ

କୋକସରା,୧୪/୦୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୋରନିଦୁଆର ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବଳ ପୂର୍ବକ ଜବରଦଖଲ କରି ନିଜ ମାଲିକାନାରେ ରଖି ଚାଷ କରୁଛନ୍ତି । ଫଳରେ ଗ୍ରାମର ଥିବା ଗାଈଗୋରୁ, ଛେଲିମେଣ୍ଡା ଲାଳନ ପାଳନ ପାଇଁ ଚାରଣ ଜାଗା ନଥିବାରୁ ଗ୍ରାମର ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଜବରଦଖଲ କରି ଚାଷ କରୁଥିବା ଲୋକଙ୍କ ଅନାବାଦୀ ଗୋଚରକୁ ଖାଲି କରିବାକୁ କହିଲେ। ଓଲଟା ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଚୋରନି ଦୁଆରର ହିମାଞ୍ଚଳ ପୁଝାରି, ରାମେଶ୍ୱର ପୋଟା, ଇଶରାମ ନାଏକ, ରସିକ ମାଝୀ, ନରେନ୍ଦ୍ର ଗୋପାଳ, ଥବିର ଗୋପାଲ, ଜଳନ୍ଧର ପଟେଲ, ଗଣେଶ ଚନ୍ଦ୍ର ବାଗ ଅନେକ ଗ୍ରାମବାସୀ ମାନେ କୋକସରା ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ଦେବବ୍ରତ କରାଟିଙ୍କୁ ଭେଟି ଅଭିଯୋଗ କରିବା ସହ ସରକାରୀ ଅନାବାଦୀ ଗୋଚର ଜମି ଉଚ୍ଛେଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ

Sunil Chandra Nayak

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ତିରିଂ ବ୍ଳକ ସମ୍ମୁଖରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

masiha

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!