ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚୋରନିଦୁଆର ଗ୍ରାମବାସୀ

କୋକସରା,୧୪/୦୭ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚୋରନିଦୁଆର ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବଳ ପୂର୍ବକ ଜବରଦଖଲ କରି ନିଜ ମାଲିକାନାରେ ରଖି ଚାଷ କରୁଛନ୍ତି । ଫଳରେ ଗ୍ରାମର ଥିବା ଗାଈଗୋରୁ, ଛେଲିମେଣ୍ଡା ଲାଳନ ପାଳନ ପାଇଁ ଚାରଣ ଜାଗା ନଥିବାରୁ ଗ୍ରାମର ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାରମ୍ବାର ଜବରଦଖଲ କରି ଚାଷ କରୁଥିବା ଲୋକଙ୍କ ଅନାବାଦୀ ଗୋଚରକୁ ଖାଲି କରିବାକୁ କହିଲେ। ଓଲଟା ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଚୋରନି ଦୁଆରର ହିମାଞ୍ଚଳ ପୁଝାରି, ରାମେଶ୍ୱର ପୋଟା, ଇଶରାମ ନାଏକ, ରସିକ ମାଝୀ, ନରେନ୍ଦ୍ର ଗୋପାଳ, ଥବିର ଗୋପାଲ, ଜଳନ୍ଧର ପଟେଲ, ଗଣେଶ ଚନ୍ଦ୍ର ବାଗ ଅନେକ ଗ୍ରାମବାସୀ ମାନେ କୋକସରା ତହସିଲ କାର୍ଯ୍ୟାଳୟକୁ ଆସି ତହସିଲଦାର ଦେବବ୍ରତ କରାଟିଙ୍କୁ ଭେଟି ଅଭିଯୋଗ କରିବା ସହ ସରକାରୀ ଅନାବାଦୀ ଗୋଚର ଜମି ଉଚ୍ଛେଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ନନ୍ଦାହାଣ୍ଡି ବ୍ଲକରେ ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ : ପ୍ରଶାସନିକ କାର୍ଯ୍ୟ, ଉନ୍ନୟନମୂଳକ ଯୋଜନା ଓ ଜନସେବା ପ୍ରଦାନର ସମୀକ୍ଷା 

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ପୌରପାଳିକାର ସମସ୍ତଙ୍କ ଓ୍ଵାର୍ଡରେ ଔଷଧୀୟ ମଶାରୀ ବଣ୍ଟନ ସାଂସଦ ଓ ବିଧାୟକଙ୍କ ଦ୍ଵାରା ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ 

masiha

Leave a Comment

error: Content is protected !!