ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସତ୍ଯସାଇ ବିହାର ପରିସରରେ ସତ୍ଯସାଈ ବାବାଙ୍କ ୧୦୦ତମ ଜନ୍ମ ମହୋତ୍ସବ

ରାଇରଙ୍ଗପୁର  ସତ୍ଯସାଇ ବିହାର ପରିସରରେ ସତ୍ଯସାଈ ବାବାଙ୍କ ୧୦୦ତମ ଜନ୍ମ ମହୋତ୍ସବ

ମୟୂରଭଂଜ – ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ସତ୍ଯସାଇବାବାଙ୍କ ୧୦୦ତମ ଜନ୍ମ ମହୋତ୍ସବ ସ୍ଥାନୀୟ ମନ୍ଦିରସାହି ନିକଟସ୍ଥ ସତ୍ୟସାଇ ବିହାର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି I ଆଜି ଭୋର ୫ ଟା ସମୟରେ ସତ୍ଯସାଇ ସେବାସମିତି ତରଫରୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ବାବାଙ୍କ ଧ୍ବଜା ଉତ୍ତୋଳନ କରାଯାଇଥିଲା I ଏହାପରେ ରାଇରଙ୍ଗପୁର ସହରରେ ନଗର ସଂକୀର୍ତ୍ତନ ହେବା ପରେ ମନ୍ଦିରକୁ ଭକ୍ତମାନେ ଆସି ଶ୍ରୀ ସତ୍ଯସାଇ ସହସ୍ରନାମ ପାଠ ସହ ପୂଜାର୍ଚ୍ଚନା ହୋଇଥିଲା I ତାପରେ ସାଇବାବାଙ୍କୁ ଫୁଲସଜ୍ଜିତ ବାହାନରେ ବସାଇ ନଗର ପରିକ୍ରମା କରାଯାଇ ବାବାଙ୍କ ଫଟୋ, ବିଭୂତି ଓଆଧ୍ଯାତ୍ମିକ ପୁସ୍ତକ ଲୋକମାନଙ୍କୁ ବଣ୍ଟାଯାଇଥିଲା I ଏହି ପରିକ୍ରମାରେ ଶ୍ରୀସତ୍ଯସାଇବାବାଙ୍କ ବଜାର ନିକଟସ୍ଥ ପୁରୁଣା ମନ୍ଦିରକୁ କିଛି ସମୟ ବିତାଇବାପରେ ସେଠାରୁ ଫେରି ଭକ୍ତମାନେ ମନ୍ଦିରକୁ ପହଞ୍ଚିଥିଲେ I ଏହି ଅବସରରେ ସତ୍ଯସାଇସେବାସମିତି ତରଫରୁ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାକୁ ଯାଇ ଫଳ ବଣ୍ଟନ କରାଯାଇଥିଲା I ଏଥିସହ ମନ୍ଦିରରକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା I ଏହାପରେ ସଂନ୍ଧ୍ଯାବେଳା ବାବାଙ୍କ ଠାରେ ଭକ୍ତମାନେ ୧୦୦ ଦୀପ ପ୍ରଜ୍ଜଳନ ଚ କରାଯାଇଥିଲା I ଏହାପରେ ଭଜନସଂନ୍ଧ୍ଯା ଓ ବାବାଙ୍କ ନିମିତ୍ତ ଆସିଥିବା କେକ୍ କଟାଯାଇଥିଲା I ତଦପରେ ସାଇଜୀବନାଆଦର୍ଶ ଉପରେ ବରିଷ୍ଠ ପ୍ରଚାରକ ମାର୍ଗଦର୍ଶନ ପ୍ରଦାନ କରିଥିଲେ Iଚ ପରେ ପରେ କୁନୀ କୁନୀ ଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।କୁନି ନୃତ୍ଯଶିଳ୍ପୀ ପାରୁଶ୍ରୀ ଏବଂ ତାଙ୍କ ସାଥୀଗଣଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ନୃତ୍ୟ ଅତି ଚିତ୍ତାକର୍ଷକ ହେବା ସହ ଦର୍ଶକଙ୍କୁ ବିମୋହିତ କରିଥିଲା । ଏଥିରେ ରାଇରଙ୍ଗପୁର ସତ୍ଯସାଇ ସେବାସମିତି ସମସ୍ତଭାଇଭଉଣୀ ସହଯୋଗ କରିଥିଲେ I 

ମୟୂରଭଂଜ ରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସିନାପାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା

Sunil Chandra Nayak

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ନୂତନ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!