ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ମାଟିର ପୁଅ  ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

କଳାହାଣ୍ଡି ମାଟିର ପୁଅ 

ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ

କଳାହାଣ୍ଡି ଜିଲ୍ଲା ମାଟିର ପୁଅ ଆରକ୍ଷୀ ଉପ ନିରୀକ୍ଷକ କ୍ଷୀରୋଦ ଚନ୍ଦ୍ର ବାଗ ରାଜ୍ୟପାଳ ପଦକରେ ସମ୍ମାନୀତ ହୋଇଛନ୍ତି।

୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ ପାଟି ଙ୍କ ଠାରୁ ରାଜ୍ୟପାଳ ପଦକରେ ସମ୍ମାନୀତ ହୋଇ ପ୍ରଶଂସା ପତ୍ର ପାଇଛନ୍ତି । ଶ୍ରୀ ବାଗ କଳାହାଣ୍ଡି ଜିଲ୍ଲା ର ଅରେବେଡା ଗ୍ରାମର ପୁଅ ଓ ସେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ ଆରକ୍ଷୀ ଉପ ନିରୀକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି ।

କ୍ଷୀରୋଦ ଚନ୍ଦ୍ର ବାଗ ୧୯୮୬ ମସିହାରେ କନେଷ୍ଟବଳ ଭାବେ ଓଡ଼ିଶା ପୋଲିସରେ ଯୋଗଦାନ କରିଥିଲେ । ପ୍ରଶିକ୍ଷଣ ସମାପ୍ତ ପରେ ସେ କଳାହାଣ୍ଡି ଜିଲ୍ଲାରେ ଅବସ୍ଥାପିତ ହେଲେ।

ତାଙ୍କର ଅସାଧାରଣ ଶୃଙ୍ଖଳା, ଉତ୍ସର୍ଗ ଏବଂ ସାହସ ପାଇଁ ତାଙ୍କୁ ୨୦୦୫ ମସିହାରେ ଶ୍ରେଷ୍ଠ ସାଧାରଣ ସଂରକ୍ଷିତ କନେଷ୍ଟବଳ ଭାବରେ ପରିଚିତ କରାଇଥିଲା। ସେ କଳାହାଣ୍ଡି ଜିଲ୍ଲାରେ ଅବସ୍ଥାପିତ ସମୟରେ ଅନବରତ ଭାବରେ କଠିନ ପରିଶ୍ରମ କରି ଅନୁସନ୍ଧାନ ଅଧିକାରୀ ମାନଙ୍କୁ ତଦନ୍ତ ଓ ଜଘନ୍ୟ ଅପରାଧିକ ମାମଲାରେ ସହାୟତା କରିଛନ୍ତି। ସେ ୨୦୦୯ ମସିହାରେ ସହକାରୀ ଆରକ୍ଷୀ ଉପ ନିରୀକ୍ଷକ ପଦବୀକୁ ପଦୋନ୍ନତି ପ୍ରାପ୍ତ କରି ବିଭିନ୍ନ ମାଓ ପ୍ରବଣ କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାରେ ମାଓବାଦୀ ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ଅପରେସନ କାର୍ଯ୍ୟ କରିଛନ୍ତି । ୨୦୧୬ ମସିହାରେ ଆରକ୍ଷୀ ଉପ ନିରୀକ୍ଷକ ପଦବୀକୁ ପଦୋନ୍ନତି ପ୍ରାପ୍ତକରୀ ସେ ସଂପ୍ରତି ନୂଆପଡା ଜିଲ୍ଲାରେ ଅବସ୍ଥାପିତ ହୋଇ ଶ୍ରେଷ୍ଠ ଆରକ୍ଷୀ ଉପ ନିରୀକ୍ଷକ ଭାବେ ପରିଚୟ ସୃଷ୍ଟି କରିଛନ୍ତି।

ଶ୍ରୀ ବାଗ ନିଜର ବୃତ୍ତିଗତ ଦକ୍ଷତା ପାଇଁ ୨୦୦୫ ମସିହାରେ ଶ୍ରେଷ୍ଠ କନେଷ୍ଟବଳ, ୨୦୧୬ ମସିହାରେ ଶ୍ରେଷ୍ଠ ଆରକ୍ଷୀ ଉପ ନୀରିକ୍ଷକ ଭାବେ ସମ୍ମାନିତ ହୋଇଛନ୍ତି। ଏଵଂ ସେ ଆରକ୍ଷୀ ନିରୀକ୍ଷକ ଭାବେ ନୂଆପଡା ଜିଲ୍ଲାରେ ସଫଳତାର ସହ କାର୍ଯ୍ୟରତ ଅଛନ୍ତି।

ଶ୍ରୀ ବାଗଙ୍କର କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠା ଓ ସାଧୁତାର ସୀକୃତି ସରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୪ ମସିହା ନିମନ୍ତେ ରାଜ୍ୟପାଳ ପଦକସହ ମାନପତ୍ରରେ ସମ୍ମାନିତ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଥାଲାସେମିଆ ଓ ସିକିଲସେଲ ରୋଗୀଙ୍କ ଉଦ୍ଦେଶ୍ୟରେ ରକ୍ତ ଦାନ ଶିବିର 

Sunil Chandra Nayak

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!