ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସିକ ଅଧିକାରୀମାନେ ଜନତାର ସେବକ ରୂପେ କାର୍ଯ୍ୟ ନ କଲେ ପରିଣତି ଶୁଭଙ୍କର ହୋଇ ନ ପାରେ – ପ୍ରମୋଦ ମିଶ୍ର

ବଲାଙ୍ଗିର, ତା.୧୪.୦୧.୨୦୨୩ – ସମ୍ପ୍ରତି କଣ୍ଟାବାଞ୍ଜି ବିଧାୟକ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ବିବାଦ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି । ଏଇ ଘଟଣାକୁ ନେଇ ବଲାଙ୍ଗିର ର ଓ.ଏସ୍‌. ଅଫିସର ସଂଘ ତରଫରୁ କଳାବେଚ୍ ପରିଧାନ ଓ ପ୍ରତିବାଦ ର ଧମକ ଦିଆଯାଇଛି । ଏଭଳି ଘଟଣା ସୁସ୍ଥ ଗଣତନ୍ତ୍ର ର ପରିଚାୟକ ନୁହେଁ । ଭାରତୀୟ ସମ୍ବିଧାନ ରେ ଲେଜିସ୍‌ଲେଟିଭ୍‌, ଜୁଡିସିଆରି ଓ ଏକ୍‌କିଜ୍ୟୁଟିଭ୍ ର ସମ୍ପୁର୍ଣ୍ଣ ବ୍ୟାଖ୍ୟା କରାଯିବା ସହ ସେମାନଙ୍କ ସୀମା ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ଦେଖାଯାଉଛି ଯେ ଗତ ଦୁଇ ଦଶନ୍ଧି ଧରି ଓଡିଶାରେ କେବଳ ବ୍ୟରୋକ୍ରେସି ର ଶାସନ ହିଁ ଚାଲିଛି । ବିଶେଷ କରି ଗତ ଆଠ ନଅ ବର୍ଷର ଓଡିଶା ଶାସନ କିଛି ମୁଷ୍ଟିମେୟ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ଚାଲୁଥିବା ଅନୁମିତ ହୁଏ ଏବଂ ବିଭିନ୍ନ ଘଟଣାରୁ ଏହା ପ୍ରତ୍ୟୟମାନ ହେଉଛି ଯେ ନବୀନ ପଟ୍ଟନାୟକ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ଜନୈକ ଆଇଏଏସ୍ ଅଧିକାରୀ ଛାୟା ପ୍ରଶାସନ ଚଳାଇଛନ୍ତି । ଶାସକ ଦଳ ଓ ସରକାରୀ ତନ୍ତ୍ର ଏକାକାର ହୋଇଯାଇଛି । ଜିଲ୍ଲାରେ ପ୍ରଶାସନ ମୁଖିଆମାନେ ଅନେକ ସ୍ଥଳରେ ଶାସକ ଦଳର କର୍ମକର୍ତ୍ତା ଭଳି କାମ କରୁଥିବା ବେଳେ ସେମାନଙ୍କ ଅନୁମୋଦନ ଦଳୀୟ ଟିକେଟ ର ଯୋଗ୍ୟତା ନିର୍ଦ୍ଧାରଣ କରୁଛି । ନିର୍ବାଚିତ ପ୍ରତିନିଧିମାନେ ଏହି କାରଣରୁ ହତୋତ୍ସାହିତ ଅବସ୍ଥାରେ ଅଛନ୍ତି । ଏଭଳିକି, ଶାସକ ଦଳର କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏହି କାରଣରୁ ପ୍ରବଳ ମାନସିକ ଚାପରେ ଥିବା ଅନୁମିତ ହୁଏ । ଅନେକ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିମାନେ ଦେଉଥିବା ପ୍ରସ୍ତାବକୁ ଏଡାଇ ଦେଇ ପ୍ରଶାସନିକ ଅଧିକାରୀମାନେ ମନୋମୁଖୀ ରୂପେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରଶାସନିକ ଅଧିକାରୀମାନେ ହେଉଛନ୍ତି ଜନତାର ସେବକ, କିନ୍ତୁ ବାସ୍ତବରେ ଦେଖାଯାଉଛି ଯେ ସେମାନେ ଜନତା ଓ ଜନନେତାମାନଙ୍କୁ ସେବକ ଭଳି ବ୍ୟବହାର କରୁଛନ୍ତି । ଏଭଳି ଘଟଣା ଗଣତନ୍ତ୍ରରେ ସଙ୍କଟ ସୃଷ୍ଟି କରିଥାଏ ଓ କ୍ରମେ କ୍ରମେ ବ୍ୟବସ୍ଥାକୁ ନୈରାଜ୍ୟବାଦ ଆଡେ ଟାଣି ନିଏ । ଏଣୁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟ କରନ୍ତୁ ତଥା ସେମାନଙ୍କର ଅସଲ ମାଲିକ ସାଧାରଣ ଜନତା ଓ ସେମାନଙ୍କ  ନିର୍ବାଚିତ ପ୍ରତିନିଧିକୁ ଆବଶ୍ୟକୀୟ ମର୍ଯ୍ୟାଦା ପ୍ରଦାନ କରନ୍ତୁ ଅନ୍ୟଥା ପରିଣତି ଭିନ୍ନ ହୋଇପାରେ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି ।

ବଲାଙ୍ଗୀର ରୁ  ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ କରି ବୋର୍ଡକୁ ଚିରିଲେ

masiha

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!