ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରାରେ ଟ୍ରାକ୍ଟର ଚକତଳେ ପଡ଼ି ଜଣେ ମୃତ୍ୟୁ

ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରାରେ ଟ୍ରାକ୍ଟର ଚକତଳେ ପଡ଼ି ଜଣେ ମୃତ୍ୟୁ

ନର୍ଲା(ମସିହା ) ଦିପକ ଠାକୁର )ଶାରଦୀୟ ଋତୁରେ ଉତ୍ସବ ମୁଖର ପୁରପଲ୍ଲୀ। ଚଳିତ ବର୍ଷ ଗତ କିଛି ଦିନ ଧରି ପୂଜା ପାର୍ବଣ ସହ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲୋକଙ୍କ ଉତ୍ସାହ ବହୁଗୁଣରେ ଅଧିକ ଦେଖାଯାଉଛି। ଏଭଳି ସ୍ଥିତିରେ ଲୋକଙ୍କ ଅସାବଧାନତା ଯୋଗୁଁ ଅନେକ ସ୍ଥାନରେ ଅଘଟଣ ଓ ଦୁର୍ଘଟଣା ନଜରକୁ ଆସୁଛି। ଏଭଳି ଏକ ଘଟଣାରେ ନର୍ଲା ବ୍ଲକ କୁରମେଲ ଗ୍ରାମର ଜନୈକ ଯୁବକ ଗଣେଶ ମୂର୍ତ୍ତି ଭଷାଣୀ ଉତ୍ସବରେ ମୃତ୍ୟୁ ମୁଖରେ ପଡିବା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ସୂଚନା ମତେ ନର୍ଲା ବ୍ଲକ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମରେ ଅନୁଷ୍ଠିତ ଗଣେଶ ପୂଜା ପରେ ଶନିବାର ଭଷାଣୀ କାର୍ଯ୍ୟକ୍ରମ ରହିଥିଲା। କୁରମେଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ତହସିଲ ସାହୁଙ୍କ ଟ୍ରାକ୍ଟରରେ ଗଣେଶ ପ୍ରତିମା ବିସର୍ଜନ ପାଇଁ ଶୋଭାଯାତ୍ରାରେ ନେଉଥିବା ବେଳେ ଅସାବଧାନତା ବଶତଃ କୁରମେଲ ଗ୍ରାମର ପ୍ରକାଶ ବାଗଙ୍କ ପୁଅ ସଞ୍ଜୁ ବାଗ (୨୭) ଟ୍ରାକ୍ଟରର ଚକତଳେ ପଡିଯାଇଥିଲେ। ଅକସ୍ମାତ ଘଟଣା ପରେ ସାଥୀ ଶୋଭାଯାତ୍ରୀ ତାଂକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ସଞ୍ଜୁକୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଥିଲେ ହେଁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରାଜା ଜୈନ ପ୍ରକାଶ କରିଛନ୍ତି। ସୂଚନା ଲେଖାଯିବା ପର୍ଯ୍ୟନ୍ତ ମୃତକ ସଞ୍ଜୁଙ୍କ ପରିବାର ଲୋକେ ଟ୍ରାକ୍ଟର ମାଲିକ ଶ୍ରୀ ସାହୁଙ୍କୁ ଘେରାଉ କରିଥିବା ଜଣାପଡିଛି।

Related posts

ଗ୍ରୀଷ୍ମ ପ୍ରଭାବ ଓ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ  

masiha

ଆର କେ ଜୁନିୟର କଲେଜରେ”ସଡ଼କ ସୁରକ୍ଷା ସଚେତନତା” କାର୍ଯ୍ୟକ୍ରମ

masiha

Dev Kumar Ghosh appointed Odisha State Working President of Journalist Council of India.

masiha

Leave a Comment

error: Content is protected !!