ଚିଲିଗୁଡା ( ମ ନି ସ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମୀଣି ଗୁଡା ଓ ଦାବ ଝରଣ ଗାଁ କୁ ନେଇ ଗଠିତ ୩୨ ନ ଜଳ ରୁଦ୍ର ପାଣି ପଞ୍ଚାୟତ ର ନିର୍ବାଚନ ବ୍ରାହ୍ମୀଣି ଗୁଡା ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ସଦସ୍ୟ ଚୟନ ପରେ ସହମତି ଭିତ୍ତିରେ ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ଭାବେ ସୋମନାଥ ପାତ୍ର ,ସମ୍ପାଦକ ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡ଼ା ମାଝି ଏବଂ କୋଷ।ଧକ୍ଷ ଭାବେ ମନ ମୋହନ ମଳିକ ନିର୍ବାଚନ ହୋଇଥିଲେ ।ନିର୍ବାଚନ ସମୟରେ ବିଭାଗୀୟ ନିର୍ବାଚନ ଅଧିକାରୀ ତଥା ପାଣି ପଞ୍ଚାୟତ ର ସମସ୍ତ ସଦସ୍ୟ ତଥା ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।ଆଗାମୀ ଦିନରେ ଚାଷୀମାନଙ୍କୁ ସଠିକ ମାତ୍ରାରେ ଜଳ ଯୋଗାଣ ର ବ୍ୟବସ୍ଥା କରାଯିବ ବୋଲି ନବ ନିର୍ବାଚିତ ସଭାପତି ସୋମନାଥ ପାତ୍ର ପ୍ରକାଶ କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା
previous post