ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

କୋକସରା,୧୬/୯ -( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ପଂଚାୟତସ୍ଥ ବାରବଖରାର ବୁଡୁ ଧରୁଆ(୪୨),ପିତମ୍ ଧରୁଆ(୪୮) ଏବଂ ଗଜପତି ମେହେର (୨୨) ଗତ ୪ ତାରିଖ ଧର୍ମଗଡ ପଟୁ ବାଇକ ଯୋଗେ ଆସୁଥିବା ବେଳେ ଗଡିଆଯୋର୍ ଠାରେ ଜଣେ ସାଇକେଲ ଆରୋହୀ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସାଇକେଲ ଆରୋହୀଙ୍କ ସମ୍ପର୍କୀୟ ମାନେ ଆସି ଏହି ତିନିଜଣ ବାଇକ୍ ଆରୋହିଙ୍କୂ ଅତର୍କିତ ଆକ୍ରମଣ କରିଥିବା ସୂଚନା ମିଳିଥିଲା। ଫଳରେ ସେମାନଙ୍କୁ ପ୍ରଥମେ ଧର୍ମଗଡ଼ ଓ ପରେ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ଦୁଇଦିନ ତଳେ ବୁଡୁ ଧରୁଆଙ୍କ ମୃତ୍ୟୁ ହୋଇଛି ଏବଂ ଗତ କାଲି ଗଜପତି ମେହେର ଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୁଡୁ ଧରୂଆ ଏବଂ ଗଜପତି ମେହେରଙ୍କୁ “ଏହା ଦୁର୍ଘଟଣା ନୁହେଁ ହତ୍ୟା” କରାଯାଇ ଥିବା ଅଭିଯୋଗ କରି ନ୍ୟାୟ ପ୍ରଦାନ ଏବଂ ସେମାନଙ୍କୁ ଆକ୍ରମଣ କରିଥିବା ଆସାମୀମାନଙ୍କୁ ଗିରଫ ଦାବୀରେ ରାସ୍ତାରେ ଶବ ରଖି ପରିବାର ତଥା ଗ୍ରାମବାସୀଙ୍କ ତରଫରୁ ମିର୍ଜାପୁର ବିଜୁ ଏକ୍ସପ୍ରେସ ୱେରେ ରାସ୍ତାରୋକ୍ କରାଯାଇଥିଲା । ଖବର ପାଇ କୋକସରା ଥାନାଧିକାରୀ ପ୍ରସନ୍ନ ବେହେରା ଓ ଧର୍ମଗଡ ପୋଲିସ ସଦଲବଲ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ବୁଝାମଣା କରିଥିଲେ । କୋକସରା ତହସିଲଦାର ରାକେଶ ପରୁଆ ଘଟଣାସ୍ଥଳରେ ପହଞ୍ଚି ରେଡ଼କ୍ରସ ତରଫରୁ ମୃତକ ପରିବାରଙ୍କୁ ୧୦ହଜାର ଲେଖାଏଁ ସହଯୋଗ ଦିଆଯିବ ଓ ମୃତକଙ୍କୁ ମାଡ଼ ମାରିଥିବା ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବା ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ।

Related posts

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେନ ଭିତରେ ଚାଳିଛି ଶିକ୍ଷାଦାନ

Sunil Chandra Nayak

କୋକସରା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ବିଡ଼ିଓ ଙ୍କ  ସ୍ୱାମୀ ଜୀବନ ରୁ ମାରିବାକୁ ଧମକ, କୋକସରା ଥାନାରେ ଅଭିଯୋଗ କଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!