ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

କୋକସରା,୧୬/୯-( ମ ନି ସ)  କୋକସରା ବ୍ଲକ ଚିଲିଗୁଡା ଠାରେ ଥିବା ବ୍ଲକ ଯାଦବ ଭବନ ପ୍ରାଙ୍ଗଣରେ କୋକସରା ବ୍ଲକ ଯାଦବ ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଯାଦବ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ , ମୂଖ୍ୟବକ୍ତା ଭାବରେ ଉତ୍କଳ ଯାଦବ ମହାସଭାର ଧନେଶ୍ୱର ଭାଟି ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପୂର୍ବତନ ସଭାପତି ଡମ୍ବରୁ ଲହଜଳ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା , ଧର୍ମଗଡ ଜିଲ୍ଲା ପରିଷଦ ଜୋନ-୨ ସଦସ୍ୟ ଶଙ୍କର ଜୁଏଡ଼, କୋକସରା ୨ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ବାଗ, ବିନୋଦ ରାଉତ, କେଦାର ଖର୍ସେଲ, ତୁଳସୀରାମ ବାରିକ, କୋକସରା ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ପଞ୍ଚକ ପୋଡ଼, ଅରକ୍ଷିତ ଭଇଁସାଲ, ମଙ୍ଗୁଲୁ ଭାଟି, ସ୍ୱାଧୀନ ବାଗ, ହିରଣ୍ୟ ବେହେରା, ଲବଣୀ ରାଉତ, କିଶୋର ହଂସ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଯଦୁପତି ଶ୍ରୀକୃଷ୍ଣ ଓ ମା ସମଲେଇ ଙ୍କ ପୂଜାର୍ଚନା ପର ସାମୁହିକ ନବାନ୍ନ ଭକ୍ଷଣ କରା ଯାଇଥିଲା। ସମସ୍ତେ ନିଜ ନିଜ ଭିତରେ ନୂଆଖାଇର ଶୁଭେଚ୍ଛା ଜଣାଇବା ସହ ଜୁହାର ଭେଟଘାଟ ହୋଇଥିଲେ। ପରେ ଅତିଥି ମାନଙ୍କ ଦ୍ଵାରା ଏକ ଆଲୋଚନା ଚକ୍ର ହୋଇଥିଲା। ଏଥିରେ ସମାଜ ଭିତରେ ଭାଇଚାରା ସୃଷ୍ଟି କରିବା, ଶିକ୍ଷାର ବିକାଶ, ସମାଜର ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରା ଯାଇଥିଲା। ମଞ୍ଚକୁ ବ୍ଲକ ସମ୍ପାଦକ ଅଲେଖ ଗୋପାଳ ଓ ସହ ସମ୍ପାଦକ ଧନସିଂ ବାଗ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଅଭିମନ୍ୟୁ ଗୋପାଳ ଧନ୍ୟବାଦ ଅର୍ପଣ କରିଥିଲେ l କୋକସରା ବ୍ଲକର ସମସ୍ତ ଆଞ୍ଚଳିକ କମିଟି କର୍ମକର୍ତ୍ତା ଯୋଗଦେଇ ସହଯୋଗ କରିଥିଲେ।

Related posts

ସସ୍ମିତେଶ ସାହୁ ଙ୍କ କବିତା ରଜ

Sunil Chandra Nayak

ଟ୍ରକରେ ପିଟି ହୋଇ ଜଣେ ମୃତ୍ୟୁ,ଦୁଇ ଆହତ

Sunil Chandra Nayak

ମାମୁଁଘର ଗାଁରେ ଭଣଜାର ସନ୍ଦେହ ଜନକ ମୃତ୍ୟୁ ,ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!