ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

କୋକସରା ୧୪/୬ – (ମ ନି ସ  ) କୋକସରା ବ୍ଲକ ଲଡୁଗାଁ ଅପେରା ପଡିଆ ରେ ଗତ ୨୯ ତାରିଖ ରୁ ଆରମ୍ଭ ହୋଇଥିବା ଏଲ.ବି.ସି.ସି ପ୍ରୀମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଉଦଯାପନୀ କ୍ରିକେଟ ଫାଇନାଲ ଖେଳ ଲଡୁଗାଁ ବନ୍ଧପଡ଼ା ଦଳ ଓ ଭୂର୍ଷିଗୁଡ଼ା ମଧ୍ୟରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି। ଲଡୁଗାଁ ବନ୍ଧପଡ଼ା ଦଳ ପ୍ରଥମେ ଟସ୍ ଜିଣି ବେଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ୬ ୱିକେଟ୍ ହରାଇ ୧୮୧ ରନ କରିଥିଲେ। ଜବାବ ରେ ଭୂର୍ଷିଗୁଡ଼ା ଦଳ ୧୨ ଓଭର ରେ ୬ ୱିକେଟ୍ ହରାଇ ୧୨୫ ରନ୍ ସଂଗ୍ରହ କରି ରନର୍ସ ଅଫ୍ ହୋଇଥିଲେ। ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଲଡୁଗାଁ ସରପଞ୍ଚ ନକୁଲ ନାଏକ, ସମ୍ମାନିତ ଅତିଥି ଭାବେ ରତ୍ନାକର ଚଣ୍ଡୀ ,ଉମେଶ ସାହୁ, ଜିତେନ୍ଦ୍ର ନାରାୟଣ ଦାସ, ଶ୍ରୀକାନ୍ତ ଶର୍ମା,ପଦୁମୂଖ ଧଙ୍ଗଡା ମାଝୀ, ଧ୍ୱଜ ମହାନନ୍ଦ, ମୁକେଶ ଅଗ୍ରୱାଲ, ଭାରତ ଭୁଷଣ ଠାକୁର,ସୁଧୀର ନାଗ, ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ଲଡୁଗାଁ ବନ୍ଧପଡ଼ା ଦଳର ବିରେନ ରାଉତ ଶ୍ରେଷ୍ଠ ଖେଳାଳି ଓ ସୈାରଭ ଦାସ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଛନ୍ତି । ଅତିଥି ଙ୍କ ଦ୍ଵାରା ବିଜେତା ଲଡୁଗାଁ ବନ୍ଧପଡ଼ା ଦଳକୁ ଚାମ୍ପିୟନ ଟ୍ରଫି ସହ ନଗଦ ୯ ହଜାର ଟଙ୍କା ପ୍ରଦାନ ଓ ଉପ ବିଜେତା ଭୂର୍ଷିଗୁଡା ଦଳ କୁ ରନର୍ସ ଅଫ୍ ଦଳ କୁ ନଗଦ ୬ ହାଜର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଆଲୋକ ରଂଜନ ଦାସ ଓ ପଙ୍କଜ ଦାସ ଅମ୍ପିୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ। ଖେଳ ର ଧାରା ବିବରଣୀ ବିଭୂତି ପାଣିଗ୍ରାହୀ, ବାବୁଲି ଦାସ ଓ ଆଦିତ୍ୟ ଦାସ ପ୍ରଦାନ କରିଥିଲେ। ସ୍କୋର ବୋର୍ଡ ଦାୟିତ୍ଵ ରେ ବ୍ରଜେନ୍ଦ୍ର ଦାସ ଦାୟିତ୍ଵ ତୁଲାଇ ଥିବା ବେଳେ ଅନ୍ୟ ଯୁବ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।

Related posts

ସାପ କାମୁଡାରେ ଜଣକର ମୃତ୍ୟୁ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ 

Sunil Chandra Nayak

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!