ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

ଚିଲିଗୁଡା ( ମ ନି ସ ) ଜୁନାଗଡ଼ ବ୍ଲକ ଚିଲିଗୁଡା ଠାରେ ଥିବା ପି ଡବ୍ଲୁ ଡି ମୁଖ୍ୟ ରାସ୍ତା ଠାରୁ କୁଟେନ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡିରହିଛି ।କହିବାଜୁ ଗଲେ ସାମାନ୍ୟ ବର୍ଷା ହେଲେ ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଗେଟ ସମ୍ମୁଖରେ ଥିବା ରାସ୍ତାରେ ସଦା ସର୍ବଦା ପାଣି ଜମିରହୁଛି ।ପ୍ରାୟ ୫୦ ମିଟର ଦୂର ରାସ୍ତା କାଦୁଅ ହେଉଛି ।ରାସ୍ତାରେ ବଡ଼ ବଡ଼ ଖାଲ ଥିବାରୁ ବର୍ଷା ପାଣି ଯାଇ ପାରୁନାହିଁ ।ଏପରିକି ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାର ପାଣି ଜମିକି ରହି କାଦୁଅ ହେଉଛି । ଏହି ରାସ୍ତା ଦେଇ ସଦା ସର୍ବଦା ସ୍କୁଲ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକେ ନୀତି ଯିବା ଆସିବା କରିଥାନ୍ତି ।ବଡ଼ ବଡ଼ ଖାଲ ମଝିରେ ଥିବାରୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତାର ପାଣି ଯାଇ ପାରୁ ନାହିଁ ।ଯାହା ଫଳରେ ବର୍ଷା ପାଣି ଜମିକି ରହିବାରୁ ପାଣି ଦୁର୍ଘନ୍ଦ ହେଉଛି ।ଏଭଳି ସ୍ଥିତିରେ ଲୋକେ ରାସ୍ତାରେ ଯିବା ଆସିବା ପାଇଁ ସହଜ ହେଉନାହିଁ ।ଏଣୁ ଏହି ରାସ୍ତା ଉପରେ ଜମି ରହି ଥିବା ପାଣି ର ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନିତାନ୍ତ ଆବଶ୍ୟକ ରହିଛି ।ଡ୍ରେନେଜ ଵ୍ୟଵସ୍ଥା କରା ନ ଗଲେ ଲୋକେ ଏହି ରାସ୍ତା ଦେଇ ଯିବା ଆସିବାରେ ଅସୁବିଧା ଦେଖା ଦେବ ।ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ପ୍ରତି ଗୁରୁତ୍ୱ ଦେଇ ପାଣି ନିଷ୍କାସନ ପାଇଁ ଡ୍ରେନେଜ ଵ୍ୟଵସ୍ଥା କରିବା ପାଇଁ ଦୃଷ୍ଟି ଦେବା ଉଚିତ ମନେ ହେଉଛି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

କବିତା – ଡର

Sunil Chandra Nayak

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

Leave a Comment

error: Content is protected !!