ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମାନବ କଲ୍ୟାଣ

ମାନବ କଲ୍ୟାଣ

 

ନଳିନୀ ପ୍ରଭା ମିଶ୍ର

 

ମାନବ କଲ୍ୟାଣ ଜୀବନର 

  ପାଇଁ ସର୍ବଶ୍ରେଷ୍ଠ ବୈଭବ

ବର୍ଣ୍ଣିତ ପୁରାଣେ ପର 

  ଉପକାରେ ହୋଇଥାଏ ସ୍ଵର୍ଗଲାଭ।

ମାନବ ହୃଦୟ ଅଟ ଇ ପବିତ୍ର

  ନାରାୟଣଙ୍କ ନିବାସ

ମାନବ ସେବା ହିଁ ମାଧବ ଙ୍କ

  ସେବା ବଳେ ଅରଜିବ ଯଶ।

ମାନବ କଲ୍ୟାଣ ପାଇଁ ଯୁଗେ

  ଯୁଗେ ଦଧିଚି ଙ୍କ ଅସ୍ଥି ଦାନ

ସେ ପରମ ଆଖ୍ୟା ରହିଛି 

  ଅମର ହେଲେ ଜଗତେ ମହାନ୍।

ମାନବ କଲ୍ୟାଣେ ମଦେର ଟେରେସା

   ସମାଜର ଥିଲେ ମାଆ

ନିଜ କାର୍ଯ୍ୟ ଲାଗି ଅରଜିଲେ

  ଯଶ ହୋଇଛନ୍ତି ବନ୍ଦନୀୟା।

କର୍କଟ ରୋଗର ପାଇଁ ମାଡାମ

  କିଉରି ଙ୍କ ଅବଦାନ

ଜନ ହିତ ପାଇଁ ଜଗତରେ

  ସଦା ହୋଇ ରହିଲେ ମହାନ୍।

ମାନବ କଲ୍ୟାଣ ଲାଗି ଆଜି

  କେତେ ଉଦ୍ଭାବିତ ନାନା ତଥ୍ଯ

ବିଜ୍ଞାନ ଦିଏ ନୂତନ ଚେତନା

  ନର ହୁଏ ଉପକୃତ।

ମାନବ କଲ୍ୟାଣେ ଚିକିତ୍ସା କ୍ଷେତ୍ରରେ

   ଅଙ୍ଗ ରୋପଣ କ୍ଷେତ୍ରରେ

ବିଶେଷଜ୍ଞ ମାନେ କରୁଛନ୍ତି

  କାର୍ଯ୍ୟ ନିଜ ଜ୍ଞାନ ସହକାରେ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ମହାଲକ୍ଷ୍ମୀ ୟୁଥ କ୍ଳବ ତରଫରୁ ମା ମହାଲଷ୍ମୀ ଙ୍କ କଳସ ଯାତ୍ରା ଓ ପୂଜା 

Sunil Chandra Nayak

ବେଣୁଧର ସୂତର ଙ୍କ କବିତା ବର୍ଷା ବସୁମତୀ

Sunil Chandra Nayak

ସାହିତ୍ୟ ଅଗଣା – ଜଣାଣ

Sunil Chandra Nayak

Leave a Comment

error: Content is protected !!