ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ରଜ ମଉଜ କବିତା ଆସର

 ଢ଼େଙ୍କାନାଳ – :   ଓଡ଼ାପଡ଼ା ବ୍ଲକ, ଇନ୍ଦିପୁର ପଞ୍ଚାୟତ ର ସାଗର ସାହିତ୍ୟ ସଂସଦ ତରଫରୁ ତା-୧୪/୬/୨୦୨୨ରିଖ ମଙ୍ଗଳବାର ରଜ ମଉଜ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକ ସଭାପତିତ୍ବ କରିଥିଲେ। ସହ ସଂପାଦକ କାମାକ୍ଷା ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ତ୍ରିଲୋଚନ ମହାରଣା ସଂସଦୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଇନ୍ଦିପୁର ଗ୍ରାମର ସରପଞ୍ଚ ଶ୍ରୀମତୀ ଲଳିତା ସାହୁ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ାପଡ଼ା ବ୍ଲକ ସଂସ୍କୃତି ପରିଷଦର ସଭାପତି ଦୁର୍ଯ୍ୟୋଧନ ଜେନା, କବୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଯୋଗଦେଇ ଥିଲେ । କବି ଦୟାନିଧି ସାହୁ ଙ୍କ ସଂଯୋଜନା ରେ କବିତା ପାଠ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରି ଥିଲେ କବି ଦୁଃଶାସନ ସାହୁ, ପ୍ରଶାନ୍ତ କୁମାର ସାହୁ, ରବିନାରାୟଣ ନାୟକ, ଅରୁଣ କୁମାର ସାହୁ, ଧନେଶ୍ଵର ସେନାପତି, ସୁବାସ ଚନ୍ଦ୍ର ନାୟକ, ଯଶୋବନ୍ତୀ ପୃଷ୍ଟି । ସେମାନଙ୍କୁ ଉତ୍ସାହିତ କରି ଥିବା ସାହିତ୍ୟିକ ମାନେ ହେଲେ ଇନ୍ଦିପୁର ଗ୍ରାମ ବିକାଶ ପରିଷଦ ର ସମ୍ପାଦକ ଶେଷଦେବ ସାହୁ,ସହ ସଂପାଦକ ଅଜୟ କୁମାର ପୃଷ୍ଟି,ଉପ ସଭାପତି ପୀତବାସ ପୃଷ୍ଟି, ଶିକ୍ଷାବିତ୍ ଶେଷଦେବ ପୃଷ୍ଟି, ଦାମୋଦର ନାୟକ, ଭାସ୍କର ଚନ୍ଦ୍ର ବେହେରା, ରବିନାରାୟଣ ସାହୁ, ଗୁଣନିଧି ସାହୁ,ଦିଲ୍ଲୀପ କୁମାର ମୁଦୁଲି, ପ୍ରଶାନ୍ତ ଗାଁଣ, ଗଙ୍ଗାଧର ପୃଷ୍ଟି ଅଦି ଯୋଗଦାନ କରି ଥିଲେ। ଶେଷରେ ସଂସଦର ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନର ଚତୁର୍ଥ ସାଧାରଣ ବୈଠକ

Sunil Chandra Nayak

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

Leave a Comment

error: Content is protected !!