ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ରଜ ମଉଜ କବିତା ଆସର

 ଢ଼େଙ୍କାନାଳ – :   ଓଡ଼ାପଡ଼ା ବ୍ଲକ, ଇନ୍ଦିପୁର ପଞ୍ଚାୟତ ର ସାଗର ସାହିତ୍ୟ ସଂସଦ ତରଫରୁ ତା-୧୪/୬/୨୦୨୨ରିଖ ମଙ୍ଗଳବାର ରଜ ମଉଜ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସଦର ସଭାପତି ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକ ସଭାପତିତ୍ବ କରିଥିଲେ। ସହ ସଂପାଦକ କାମାକ୍ଷା ପ୍ରସାଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ତ୍ରିଲୋଚନ ମହାରଣା ସଂସଦୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ଇନ୍ଦିପୁର ଗ୍ରାମର ସରପଞ୍ଚ ଶ୍ରୀମତୀ ଲଳିତା ସାହୁ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ାପଡ଼ା ବ୍ଲକ ସଂସ୍କୃତି ପରିଷଦର ସଭାପତି ଦୁର୍ଯ୍ୟୋଧନ ଜେନା, କବୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ ଯୋଗଦେଇ ଥିଲେ । କବି ଦୟାନିଧି ସାହୁ ଙ୍କ ସଂଯୋଜନା ରେ କବିତା ପାଠ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରି ଥିଲେ କବି ଦୁଃଶାସନ ସାହୁ, ପ୍ରଶାନ୍ତ କୁମାର ସାହୁ, ରବିନାରାୟଣ ନାୟକ, ଅରୁଣ କୁମାର ସାହୁ, ଧନେଶ୍ଵର ସେନାପତି, ସୁବାସ ଚନ୍ଦ୍ର ନାୟକ, ଯଶୋବନ୍ତୀ ପୃଷ୍ଟି । ସେମାନଙ୍କୁ ଉତ୍ସାହିତ କରି ଥିବା ସାହିତ୍ୟିକ ମାନେ ହେଲେ ଇନ୍ଦିପୁର ଗ୍ରାମ ବିକାଶ ପରିଷଦ ର ସମ୍ପାଦକ ଶେଷଦେବ ସାହୁ,ସହ ସଂପାଦକ ଅଜୟ କୁମାର ପୃଷ୍ଟି,ଉପ ସଭାପତି ପୀତବାସ ପୃଷ୍ଟି, ଶିକ୍ଷାବିତ୍ ଶେଷଦେବ ପୃଷ୍ଟି, ଦାମୋଦର ନାୟକ, ଭାସ୍କର ଚନ୍ଦ୍ର ବେହେରା, ରବିନାରାୟଣ ସାହୁ, ଗୁଣନିଧି ସାହୁ,ଦିଲ୍ଲୀପ କୁମାର ମୁଦୁଲି, ପ୍ରଶାନ୍ତ ଗାଁଣ, ଗଙ୍ଗାଧର ପୃଷ୍ଟି ଅଦି ଯୋଗଦାନ କରି ଥିଲେ। ଶେଷରେ ସଂସଦର ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

ସାଧନା ପଣ୍ଡା  ଙ୍କ କବିତା କେମିତି କୁହତ ଥରେ … !!

Sunil Chandra Nayak

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

Leave a Comment

error: Content is protected !!