ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

ପାପଡାହାଣ୍ଡି,16/09, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅବକାରୀ ବିଭାଗ ଓ ମଇଦଳପୁର ଫାଣ୍ଡି ପକ୍ଷରୁ ଶୁକ୍ରବାର ମିଳିତ ଚଢାଉ କରି ବିପୁଳ ପରିମାଣର ମଦ ଓ ପଚ ଜବତ କରିବା ସହ 2 ଜଣକୁ ଗିରଫ କରାଯାଇଛି | ଜିଲ୍ଲା ଅବକାରି ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ଓଆଇସି ଅମିୟ ଖଞ୍ଜ,ନବରଙ୍ଗପୁର ଏଏସଆଇ ସୁଜିତ କୁମାର ନାଗ ପ୍ରମୁଖ ଚଚରାଗୁଡା, ଖୁଡିଗୁଡା ଅଞ୍ଚଳ ରେ ଚଢାଉ କରିଥିଲେ | ଏହି ଚଢାଉ ସମୟରେ ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଞ୍ଚାୟତ ଖୁଡିଗୁଡା ଗ୍ରାମର ଲାଇବନ ମୁଦୁଲିଙ୍କ ଠାରୁ 18 ଲିଟର ଦେଶୀ ମଦ ଓ ଦୁଇ ହଜାର ଲିଟର ପଚ ଜବତ କରାଯିବା ସହ ଚଚରାଗୁଡା ଗ୍ରାମର ଧନିଆ ହରିଜନଙ୍କ ଠାରୁ 17 ଲିଟର ଦେଶୀ ମଦ ଜବତ କରାଯିବା ସହ ଉଭୟ ଙ୍କୁ ଗିରଫ କରାଯାଇଥିଲା | ଏନେଇ ଅବକାରୀ ବିଭାଗ ମାମଲା ରୁଜୁ କରି ଦୁହିଁଙ୍କୁ ନୋଟିସ କରି ଛାଡି ଦିଆଯାଇଛି | ମଇଦଲପୁର ଫାଣ୍ଡି ପୋଲିସ ଭାସ୍କର ରାଓ, ଗୃହରକ୍ଷୀ ବଲବ ବିଷୋୟୀ, ଚତୁର ନାୟକ ଓ ଅବକାରୀ ବିଭାଗ କର୍ମଚାରୀ ଏଏସଆଇ ରାଜେନ୍ଦ୍ର ପଟ୍ଟନାୟକ, ରଞ୍ଜୀତ ସିଂଘ, ରୀନା ବଡ଼ ନାୟକ, ଗୋତୁଲ ନାୟକ ପ୍ରମୁଖ ସାମିଲ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନର୍ଲା ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

କବିତା – ଜ୍ଞାନ ମାନ ସ୍ଥାନ

Sunil Chandra Nayak

Leave a Comment

error: Content is protected !!