ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପତ୍ରରୁ ଫୁଟିଲା ଫୁଲ ନା ତାର ବ୍ରହ୍ମକମଳ 

ବାଲେଶ୍ଵର,୦୩/୯/୨୨- ବିଭିନ୍ନ ପ୍ରଜାତିର ଫୁଲ ଗଛ ଅଛି । ହେଲେ ପତ୍ରରୁ ଗଛ ହେବା ଓ ପରେ ଫୁଲ ଫୁଟିବା ସମସ୍ତଙ୍କୁ କରିଛି ଆଚମ୍ବିତ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁରିଗଡିଆ ନିକଟସ୍ଥ ଗଗନଧୁଳି ଗ୍ରାମରେ । ଗ୍ରାମର ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ରଘୁନାଥ ପାଣିଗ୍ରାହୀଙ୍କ ବାଡିରେ ଫୁଟିଛି ଏପରି ଫୁଲ, ଯାହା ଦେଖିବାକୁ ଅତିସୁନ୍ଦର । ନାମଟି ତାହାର ବ୍ରହ୍ମକମଳ । ଏହାକୁ ଦେଖିବା ପାଇଁ ଆଖପାଖ ଗ୍ରାମର ଗ୍ରାମବାସୀ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । କିଛିଦିନ ପୂର୍ବରୁ ତୁଡିଗଡିଆ ସିଟି ସ୍କୁଲର ଦୀପା ନାମ୍ନୀ ଝିଅଟି ଅତି ଶରଧାରେ ଶ୍ରୀ ପାଣିଗ୍ରାହୀଙ୍କୁ ବ୍ରହ୍ମକମଳ ପତ୍ରଟିଏ ଦେଇଥିଲେ । ଏବଂ ଦେବା ସମୟରେ କହିଥିଲେ ଯେ, ମଉସା ଏହାକୁ ବଞ୍ଚାଇ ରଖିଲେ ମୋ କଥା ମନେ ପଡିବ । ସତରେ ଆଜି ତା’ କଥା ମନେ ପଡୁଛି । ସେ ଦେଇଥିବା ପତ୍ରରୁ ବୃକ୍ଷଟିଏ ହୋଇ ବ୍ରହ୍ମକମଳ ଫୁଲଟିଏ ଫୁଟିଛି । ସେ ଯେଉଁଠି ଥାଉ ନା କାହିଁକି ଆମେ ତାକୁ ଆର୍ଶୀବାଦ ଜଣାଉଛୁ ଵୋଲି ପାଣିଗ୍ରାହୀ ପରିବାର କହିଛନ୍ତି । ବର୍ତ୍ତମାନ ମା’ ଦୁର୍ଗାଙ୍କ ପୁଜା ବିଭିନ୍ନ ମଣ୍ଡପରେ ହେଉଥିବାରୁ ଠାକୁର ଦର୍ଶନ କରିବା ସହିତ ଆଗ୍ରହର ସହିତ ଫୁଲଟିକୁ ପୂଜା କରୁଛନ୍ତି । ଏହା ପୂର୍ବରୁ ଏଭଳି ଦୃଶ୍ୟ ଏ ଅଞ୍ଚଳରେ ଦେଖିବାକୁ ମିଳିନଥିଲା । ସେଥିପାଇଁ ଲୋକମାନେ ଆଗ୍ରହର ସହିତ ଫୁଲଟିକୁ ଦେଖି ବହୁ ଖୁସି ଅନୁଭବ କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

Sunil Chandra Nayak

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

Sunil Chandra Nayak

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!