ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

ଥୁଆମୂଳ ରାମପୁର:୩/୧୦- (ମନିସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ମୁଖ୍ଯାଳୟ ସ୍ଥିତ ପ୍ରାଚୀନ ଶକ୍ତି ପୀଠରେ ଥିବା ମାଁ ମାଣିକେଶ୍ବରୀ ଙ୍କ ଦଶହରା ପର୍ବ ଓ ଛତରଯାତ୍ରା ଶାନ୍ତିଶୃଙ୍ଖଳା ଭାବରେ ସମ୍ପନ୍ନ ହୋଇଯାଇଛି। ମୂଳାଷ୍ଟମୀ ଠାରୁ ମହା ନବମୀ ପର୍ଯ୍ୟନ୍ତ ଦେବୀଙ୍କର ଷୋଡଶ ଦିନାତ୍ମକ ସ୍ବତନ୍ତ୍ର ଶାରଦୀୟ ପୂଜାର୍ଚ୍ଚନା କରାଯାଉଥିଲା। ପ୍ରତିଦିନ ଦୁଇ ବେଳା ଚଣ୍ତୀପାଠ ସହ ପଞ୍ଚମକାର ପୂଜାର୍ଚ୍ଚନା ହୋଇଆସୁଥିଲା। ମହାଅଷ୍ଟମୀ ରାତ୍ରି ରେ ଦେବୀଙ୍କୁ ଅଷ୍ଟବଳୀ ଅର୍ପଣ ସହିତ ପୂଜା କାର୍ଯ୍ଯ ଶେଷ ହୋଇଥିଲା। ସେହି ରାତ୍ରରେ ଭକ୍ତ ଓ ଶ୍ରଧାଳୁ ଙ୍କର ମନରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପଡୋଶୀ ଓ ସ୍ଥାନୀୟ ଭକ୍ତ ଓ ଶ୍ରଧାଳୁ ଙ୍କର ସମାଗମରେ ବେଶ ମୁଖରିତ ହୋଇ ଉଠିଥିଲା। ଆଜି ଯଥା ୩/୧୦/୨୦୨୨ ତାରିଖ ସୋମବାର ଦିନ ଦେବୀଙ୍କ ବିଜୟ ପ୍ରତିମା ” ଛତର ” କୁ ଛତର ବାହକ ଓ ସେବାୟତ ମାନେ ଗର୍ଭ ଗୃହରୁ ବାହାର ହୋଇ ଜେନା ଖାଲ ଅଭିମୁଖେ ଯାଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଶେଷ ହେବା ପରେ ମନ୍ଦିର ଅଭିମୁଖେ ପ୍ରତ୍ଯାବର୍ତ୍ତନ କରୁଥିବା ସମୟରେ ମାନସିକ ଧାରି ଭକ୍ତ ଓ ଶ୍ରଧାଳୁ ମାଁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଛତରଯାତ୍ରା ସମୟରେ ଭକ୍ତ ଓ ଶ୍ରଧାଳୁ ଙ୍କ ଗହଳଚହଳ ସହିତ ବିଭିନ୍ନ ବାଦ୍ଯ ଯନ୍ତ୍ର ଓ ଘଣ୍ଟ ହୁଳହୁଳି ଶଦ୍ଦ ରେ ଥୁଆମୂଳ ରାମପୁର ଉଛୁଳି ପଡୁଥିଲା। ପୂଜାକମିଟି, ଯୁବକ ସଙ୍ଘ ଓ ପୁଲିସ ପକ୍ଷରୁ ବ୍ଯାପକ ଭାବରେ ସୁରକ୍ଷା ବ୍ଯବସ୍ଥା ଭିତରେ ଏହି ଛତରଯାତ୍ରା ସମ୍ପନ୍ନ ହୋଇଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

କୋକସରା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

Sunil Chandra Nayak

Leave a Comment

error: Content is protected !!