ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

ବାଲେଶ୍ବର,୧୮/୫/୨୨- ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଉଭୟ ଭିନ୍ନ ଭିନ ମେଡ଼ିକାଲରେ ଚିକିତ୍ସିତ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ – ରାଣିତାଲ ରାସ୍ତାର ପାଣିଛତ୍ର ଛକ ନିକଟରେ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗୁରୁତର ହୋଇପଡିଥିବା ଆରୋହି ଦ୍ବୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସିମୁଳିଆ ଥାନା ଅଡା ଈଶ୍ୱରପୁର ଗ୍ରାମର ଚନ୍ଦନ ଦାସ ଖଇରା ଥାନା ଗେଙ୍ଗୁଟିଆ ଗ୍ରାମରେ ଥିବା ବନ୍ଧୁ ଘରୁ ନିଜ ଘର ଅଡା ଈଶ୍ବରପୁରକୁ ଫେରୁଥିଲେ । ଠିକ୍ ଏତିକି ବେଳେ ଭୋଳାନାଥ ବେହେରା(୩୦) ସାଇକେଲ ଯୋଗେ ଡୁଙ୍ଗୁରା ବଜାରରୁ ନିଜ ଘର ପାଣିଛତ୍ରକୁ ଫେରୁଥିଲେ । ଦ୍ରୁତ ଗତିରେ ଆସୁଥିବା ବାଇକ୍ ଆରୋହି ହଠାତ୍ ସାଇକେଲ ଆରୋହିଙ୍କୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ଏହାଦେଖି ଛକରେ ଛିଡା ହୋଇଥିବା ଦେଖଣାହାରୀ ମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ୧୦୮ ଆସିବାରେ ବିଳମ୍ବ ହେବାରୁ ସମ୍ପର୍କୀୟ ମାନେ ବାଇକ୍ ଯୋଗେ ଭୋଳାନାଥକୁ ଖଇରା ମେଡିକାଲକୁ ନେଇଥିବା ବେଳେ ଚନ୍ଦନ ଦାସର ସମ୍ପର୍କୀୟ ମାନେ ସିମୁଳିଆ ମେଡିକାଲକୁ ନେଇଛନ୍ତି ଚିକିତ୍ସା ପାଇଁ । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଘଟଣାଟି ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ UP78- Bq5733 ବାଇକଟିକୁ ଜବଦକରି ରଖିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଡ଼ପ ବିଜେ

Leave a Comment

error: Content is protected !!