ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

ବାଲେଶ୍ବର,୧୮/୫/୨୨- ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଉଭୟ ଭିନ୍ନ ଭିନ ମେଡ଼ିକାଲରେ ଚିକିତ୍ସିତ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ଥାନା କୁପାରୀ – ରାଣିତାଲ ରାସ୍ତାର ପାଣିଛତ୍ର ଛକ ନିକଟରେ ବାଇକ୍ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଗୁରୁତର ହୋଇପଡିଥିବା ଆରୋହି ଦ୍ବୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସିମୁଳିଆ ଥାନା ଅଡା ଈଶ୍ୱରପୁର ଗ୍ରାମର ଚନ୍ଦନ ଦାସ ଖଇରା ଥାନା ଗେଙ୍ଗୁଟିଆ ଗ୍ରାମରେ ଥିବା ବନ୍ଧୁ ଘରୁ ନିଜ ଘର ଅଡା ଈଶ୍ବରପୁରକୁ ଫେରୁଥିଲେ । ଠିକ୍ ଏତିକି ବେଳେ ଭୋଳାନାଥ ବେହେରା(୩୦) ସାଇକେଲ ଯୋଗେ ଡୁଙ୍ଗୁରା ବଜାରରୁ ନିଜ ଘର ପାଣିଛତ୍ରକୁ ଫେରୁଥିଲେ । ଦ୍ରୁତ ଗତିରେ ଆସୁଥିବା ବାଇକ୍ ଆରୋହି ହଠାତ୍ ସାଇକେଲ ଆରୋହିଙ୍କୁ ସାମ୍ନାସାମ୍ନି ଧକ୍କା ଦେଇଥିଲା । ଏହାଦେଖି ଛକରେ ଛିଡା ହୋଇଥିବା ଦେଖଣାହାରୀ ମାନେ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ୧୦୮ ଆସିବାରେ ବିଳମ୍ବ ହେବାରୁ ସମ୍ପର୍କୀୟ ମାନେ ବାଇକ୍ ଯୋଗେ ଭୋଳାନାଥକୁ ଖଇରା ମେଡିକାଲକୁ ନେଇଥିବା ବେଳେ ଚନ୍ଦନ ଦାସର ସମ୍ପର୍କୀୟ ମାନେ ସିମୁଳିଆ ମେଡିକାଲକୁ ନେଇଛନ୍ତି ଚିକିତ୍ସା ପାଇଁ । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ସନ୍ଧ୍ୟା ପ୍ରାୟ ୭ ଘଟିକା ସମୟରେ ଘଟଣାଟି ଘଟିଥିବା ବେଳେ ସ୍ଥାନୀୟ ଲୋକମାନେ UP78- Bq5733 ବାଇକଟିକୁ ଜବଦକରି ରଖିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନବ କୁମାର ଦାସ ଙ୍କ କବିତା ଟିକେ ଖରା ଟିକେ ଛାଇ

Sunil Chandra Nayak

ଦୁଇ ମାସ ହେଲା ପିଡ଼ିଏସ ଚାଉଳ ମିଳିନି, ବିଧାନ ସଭା ଗୃହ କମିଟି ପାଖରେ ଫେରାଦ ହେଲେ ଗାଁ ଲୋକେ

Sunil Chandra Nayak

ଓଡିଶା ଯୋଜନା ଏବଂ ସମନ୍ଵୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କୁ ଖଡ଼ିଆଳ ଠାରେ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!