Uncategorizedଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଦଶହରା by Sunil Chandra NayakOctober 3, 20220210 Share0 ଦଶହରା ଉପେନ୍ଦ୍ର କୁମାର ବସ୍ତିଆ ଆସିଅଛି ଦଶହରା ହସୁଅଛି ଧୂଳି ଧରା ସରଗୁ ମରତ ରଙ୍ଗ ନେଇ ଦିଶୁଅଛି କେଡେ ତ୍ୱରା ନେଶୁଅଛି ତନୁ ସାରା ସରଗଟା ନୀଳ ରଙ୍ଗ ହୋଇ । ଭାସୁଅଛି ଧଳା ରଙ୍ଗ ନାସୁଅଛି କଳା ରଙ୍ଗ ଶରତ କାକର ଶିରି ଛୁଇଁ ବାସୁଅଛି ମହମହ ହସୁଛି ଅହରହ ସଜ ଶେଫାଳୀଟି କାହାପାଇଁ। ଢ଼ଳୁଅଛି କାଶ ଫୁଲ ଦେଖାଉଛି ଛବି ତାର ଛଇଳ ନଈ ତା ନୀଳରଙ୍ଗ ହୋଇ ଖେଳୁଅଛି ଶଶୀ ମାତି ମିଳିଅଛିମେଘସାଥି କଇଁ କଥା ମନରୁ ଭୁଲି ଯାଇଁ। ବସିଅଛି ମେଳା ଯେତେ ହସୁଅଛି ମେଢ଼ ସେତେ ଦଶଭୁଜା ମା ମଙ୍ଗଳ ମୟୀ ମିଶୁଅଛି ତନ ତନୁ ବାସୁ ଅଛି ସବୁ କୋଣୁ କେତେ ବାସ ଧୂପ ଧୁଆଁ ହୋଇ । ଜମିଲେଣି ଜନଗଣ ନମିଲେଣି ମାଆ ଚରଣ ଭରିଦିଅ ହସ ସବୁ ଦୁଃଖ ନେଇ କାମିଲେଣି ମନ ତଳେ ଯମିଲେଣୀ ଧରା ତଳେ ନବୀନ ମହିସା ବିନାଶ ପାଇଁ । ରାଉରକେଲା