ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

  ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସବୁ ଆଶା ଛାଡ଼ି ଧରିଛି ତୋ ହାତ
    ତୋ ପାଶେ ନେଲି ଶରଣ
ଜନମ ମୃତ୍ୟୁ ର ତୁମେ ଏକା ମୋର
   ମୁକ‌ ସାକ୍ଷୀ ମୋ ପ୍ରମାଣ।
ଦୁଃଖରେ ସୁଖରେ ତୁମ ସାଥେ ଭାବ
    ଦେଖା ପଥ ସବୁ ଜ୍ଞାନ
ଅନ୍ଧାର ଆଲୋକ ତୁମ ହାତ କାମ
    ଭକ୍ତ ପାଇଁ ଭଗବାନ।
ସଂପର୍କ ରହିଛି ଭକ୍ତ ଭଗବାନ
    ନିବିଡ଼ ମଧୁର ପ୍ରେମ
ଦିନରାତି ହୁଏ ଋତୁ ଚକ୍ରପରି
    ପ୍ରଭୁଙ୍କର ସେହି କାମ।
ଖରା ବର୍ଷା ଛାଇ ତିନି ପାଦ ଏଇ
    କାହା ପରେ କିଏ ଥାଇ
ଏକା ବ୍ରହ୍ମ ସାକ୍ଷୀ ପ୍ରଭୁଙ୍କୁ ବୋଲାଇ
    ଭାବରେ ରହିଲି ଚାହିଁ।
ପାଦରେ ଜୀବନ ପଶୁଛି ଶରଣ
   ଯାହା ସବୁ କୁହ ମୋତେ
ଶାନ୍ତି ଦିଅ ଜନ ବଞ୍ଚୁ ଦୀର୍ଘଦିନ
    ତୁମେ ମୋର ଜଗନ୍ନାଥେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

ଧର୍ମ ପରାୟଣ ମହିଳା ଙ୍କ ପରଲୋକ

Sunil Chandra Nayak

ରାଷ୍ଟ୍ରୀୟ କଳା ମଞ୍ଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ  

Sunil Chandra Nayak

Leave a Comment

error: Content is protected !!