ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରେ ଘରେ ପହଞ୍ଚିବ ବିକାଶରବାର୍ତ୍ତା

ଢେ଼ଙ୍କାନାଳ(ମ.ନି.ସ) ୦୨/୧୦_ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ଆଜି ଯେଉଁ ବିକାଶର ଧାରା ଜାରି ରହିଛି ଏବଂ ଆଗାମୀ ଦିନରେ ଯେଉଁ ସବୁ ଉନ୍ନତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ, ସେ ବିଷୟରେ ପ୍ରତ୍ୟେକ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପଦଯାତ୍ରାର ଆୟୋଜନ ହୋଇଛି। ଏହି ପରିପ୍ରେକ୍ଷିରେ ଆଜି ହିନ୍ଦୋଳ ନିର୍ବାଚନମଣ୍ଡଳୀର ହିନ୍ଦୋଳ ଏନ୍.ଏ.ସି ଅନ୍ତର୍ଗତ ୯ନଂ,୧୫ନଂ ୱାର୍ଡରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇ ଥିଲା l ଏହି ପରିପ୍ରେକ୍ଷୀରେ ବିଧାୟିକା ସୀମାରାଣୀ ନାୟକ ଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସଶ୍ମିତାରାଣୀ ନାୟକ,ଉପାଧ୍ୟକ୍ଷ ବରୁଣ କୁମାର ସର,ଏନଏସି ଅଧ୍ୟକ୍ଷ ଟିମା ବେହେରା,ସମସ୍ତ କାଉନସିଲର,ଜିଲ୍ଲାପରିଷଦ, ସରପଞ୍ଚ,ସମିତି ସଭ୍ଯ,ବ୍ଲକ,ଏନଏସିର ସଭାପତି,ସଂପାଦକ,ଜିଲ୍ଲା ଉପସଭାପତି,ସମ୍ପାଦକ ମହିଳା,ସଂଖ୍ୟାଲଘୁ, ଆଇନ ସାମୁଖ୍ୟ,ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଥିଲେ lଏହାପରେ ହିନ୍ଦୋଳ ଏନ ଏ ସି ରେ ଜାଗା ମିଶନ କାର୍ଯ୍ୟକ୍ରମରେ ୱାର୍ଡ ନଂ ୧୫ କୁଳିଆତୋଟା ଠାରେ ଆଦର୍ଶ ବିଜୁଗ୍ରାମ ଉଦଘାଟନ କରାଯାଇଥିଲା ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ମଣିଷ

Leave a Comment

error: Content is protected !!