ଭବାନିପାଟଣା – ମ ନି ସ – କଳାହାଣ୍ଡି ରେ ବିଜେଡି ର ବିଜୟ କୁ ନେଇ ଆଜି ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ସମିଳନୀ ରେ ଗୃହ ରାଷ୍ଟ୍ର ତଥା ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର , ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ,ନର୍ଲା ବିଧାୟକ ଭୂପେନ୍ଦ୍ର ସିଂ , ଧର୍ମଗଡ ବିଧାୟକ ମସୁଧି ବାଗ , ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ , ପ୍ରମୁଖ ଯୋଗଦେଇ ଥିଲେ ।ଏଥିରେ ଭବାନୀପାଟଣା ର ବିଜେପି ଦଳ ର ପୂର୍ବତନ କାଉଁ ସିଲର ବିଷ୍ଣୁ ପ୍ରଧାନ ଆଜି ବିନେଡି ଦଳ ରେ ସାମିଲ ହୋଇଛନ୍ତି । ଜିଲ୍ଲାର 13 ଗୋଟି ବ୍ଲକ ରେ ରହିଛି 36 ଗୋଟି ଜିଲ୍ଲା ପରିଷଦ ଆସନ ସେଥି ମଧ୍ୟରୁ ବିଜେଡି 33 ବିକେପି 2 କଂଗ୍ରେସ 1 ଆସନ ପାଇ ଥିବା ବେଳେ ବିଜେଡି କୁ ବିପୁଳ ସମର୍ଥନ କୁ ନେଇ ବିଜେଡି ଶିବିର ସରଗରମ ଏଥର ବିଜେଡି ଜିଲ୍ଲା ରେ ଗଢ଼ିବ ଜିଲ୍ଲା ପରିଷଦ ତେଣୁ ଜିଲ୍ଲା ରେ ବିଜେଡି ମହଲ ରେ ଖୁସି ର ଲହରୀ। କିଶନ ଶର୍ମା ଙ୍କ ରିପୋର୍ଟ ।
previous post
next post