ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ବିଧବା

ବିଧବା

 

ନିଷ୍ଠୁର ବିଧାତା ଖେଳିଲା ଏମିତି

ସିନ୍ଦୁର ହୋଇଲା ପର

ସପନ ସବୁକୁ ଆଖିରୁ ଛଡାଇ

କରିଦେଲା ନାରଖାର।

ଦୁଃଖର ପାହାଡ କଲା ଅନ୍ଧକାର

ଭାଗ୍ୟରେ ନାହିଁ ସୁଖ

ଦେଖିନି ଥରୁଟେ ନିଜେବି ନିଜକୁ

ଆଇନା ଦେହରେ ମୁଖ।

କେଉଁ ଜନମର କେତେ କଷଣ

ଭୋଗୁଛି ଆଜିମୁଁ ଏଠି

ଭବିଷ୍ୟ କଥାକୁ ଭାବିଲେ ଥରୁଟେ

ଛାତି ଯାଉଛି ମୋ ଫାଟି।

ଗୁମୁରି କାନ୍ଦିଲେ ନିରବରେ ବସି

କିଏବା ପୋଛିବ ଲୁହ

ଅକାଳରେ ଫୁଟି ମଉଳି ପଡିଲି

ବାସନାରେ ଭରା ଦେହ।

ତୁମରି ବିହୁନେ ଝୁରିଝୁରି ଏଠି

ହେଲିନି କଙ୍କାଳ ସାର

କିଏଅବା ଆଉ କୋଲେଇ ଧରିବ

ନିଜର ଭାବନ୍ତି ପର।

ବଞ୍ଚି ଥାଉଥାଉ ମରି ମୁଁ ସାରିଛି

ଜିଇିଁବି କି ଅବା ଲାଭ

ପଥହରା ଏଇ ଦୁନିଆ ହାଟରେ

କେମିତି ରଖିବି ଭାବ।

ସଭିଏଁ ତ ଏଠି କାମାତୁର ପାପୀ

ନୀରିହ ନାରୀଟେ ଦେଖି

ଘେରି ରହିଥାନ୍ତି ସାନଠାରୁ ବଡ

ଦୂରରୁ ପକାଇ ଆଖି।

ଅସହାୟ ହୋଇ ପାରିବି ଆଉ

ଏକେଲା ସଭିଁଙ୍କୁ ଲଢି

ପାଛୋଟି ନିଅହେ ତୁମରି ପୁରକୁ

ମର୍ତ୍ତ୍ୟ ଲୋଭ ଦେଲି ଛାଡି।

 

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

Related posts

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ପବିତ୍ର

Sunil Chandra Nayak

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

Leave a Comment

error: Content is protected !!