ବିଧବା
ନିଷ୍ଠୁର ବିଧାତା ଖେଳିଲା ଏମିତି
ସିନ୍ଦୁର ହୋଇଲା ପର
ସପନ ସବୁକୁ ଆଖିରୁ ଛଡାଇ
କରିଦେଲା ନାରଖାର।
ଦୁଃଖର ପାହାଡ କଲା ଅନ୍ଧକାର
ଭାଗ୍ୟରେ ନାହିଁ ସୁଖ
ଦେଖିନି ଥରୁଟେ ନିଜେବି ନିଜକୁ
ଆଇନା ଦେହରେ ମୁଖ।
କେଉଁ ଜନମର କେତେ କଷଣ
ଭୋଗୁଛି ଆଜିମୁଁ ଏଠି
ଭବିଷ୍ୟ କଥାକୁ ଭାବିଲେ ଥରୁଟେ
ଛାତି ଯାଉଛି ମୋ ଫାଟି।
ଗୁମୁରି କାନ୍ଦିଲେ ନିରବରେ ବସି
କିଏବା ପୋଛିବ ଲୁହ
ଅକାଳରେ ଫୁଟି ମଉଳି ପଡିଲି
ବାସନାରେ ଭରା ଦେହ।
ତୁମରି ବିହୁନେ ଝୁରିଝୁରି ଏଠି
ହେଲିନି କଙ୍କାଳ ସାର
କିଏଅବା ଆଉ କୋଲେଇ ଧରିବ
ନିଜର ଭାବନ୍ତି ପର।
ବଞ୍ଚି ଥାଉଥାଉ ମରି ମୁଁ ସାରିଛି
ଜିଇିଁବି କି ଅବା ଲାଭ
ପଥହରା ଏଇ ଦୁନିଆ ହାଟରେ
କେମିତି ରଖିବି ଭାବ।
ସଭିଏଁ ତ ଏଠି କାମାତୁର ପାପୀ
ନୀରିହ ନାରୀଟେ ଦେଖି
ଘେରି ରହିଥାନ୍ତି ସାନଠାରୁ ବଡ
ଦୂରରୁ ପକାଇ ଆଖି।
ଅସହାୟ ହୋଇ ପାରିବି ଆଉ
ଏକେଲା ସଭିଁଙ୍କୁ ଲଢି
ପାଛୋଟି ନିଅହେ ତୁମରି ପୁରକୁ
ମର୍ତ୍ତ୍ୟ ଲୋଭ ଦେଲି ଛାଡି।
ସରୋଜ କୁମାର ସାହୁ
ଆଠଗଡ଼ .କଟକ