ଉତ୍କେଲା-୦୨/୦୩/ନିପ୍ର, ବୁଧବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗା ର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ତେଜରାମ ମାଝୀଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା । ଶ୍ରୀ ତେଜରାମ ମାଝୀ ୭/୧୦/୧୯୮୭ରୁ ୨୮/୦୨/୨୦୨୨ରିଖ ପର୍ଯ୍ୟନ୍ତ ଦୀର୍ଘ ୩୫ ବର୍ଷ କାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାକୁ ସେବାଦେଇ ଆସୁଥିଲେ । ଉକ୍ତ ସଭାରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀ ଅଭୟ କୁମାର ଦେବତା, ଯୁଗ୍ମ ସମ୍ପାଦକ ଶ୍ରୀ ନିଳମଣି ସିଂ, କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୀବ ମାଝୀ, ଉପଦେଷ୍ଟା ରାମ ଅବତାର ଅଗ୍ରୱାଲ , ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରବୀଣ ବେହେରା ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ଗୁରୁଜୀ ସନ୍ତୋଷ କୁମାର ମିଶ୍ର ପରିଚାଳନା କରିଥିଲେ ।ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।