ଜୁନାଗଡ଼ ୨/୩(ନି.ପ୍ର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୁନାଗଡ଼ ବ୍ଲକର ସବୁ ୪ ଗୋଟି ଜିଲ୍ଲା ପରିଷଦ ଯୋନ ରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରି ବିରୋଧୀକୁ କଡା ଜବାବ ଦେଇଛି l ଜୁନାଗଡ଼ ପଂଚାୟତ ସମିତି ରେ ରହିଥିବା୪ଗୋଟି ଯୋନ ରେ ନିର୍ବାଚନ ଅନୁଷ୍ଠିତ ହୋଇ ଏଠାରେ ଥିବା ୧ ନଂଆଟିଗାଁ ଯୋନ ରେ ବିଜେଡି ର ସୁଧିରା ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷl ଶର୍ମିଷ୍ଠା ମେହେର ଙ୍କୁ ୧୦୮୫୫ଭୋଟ ରେ ହରେଇ ଛନ୍ତି l
୨ନଂ ହlବସପୁର ଯୋନ ରେ ବିଜେଡ଼ି ର ଶାମୁକା ରାଣୀ କୁମାର ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦୀ ବଜେପିର ଉମା ରାଣୀ ସିଂ ଙ୍କୁ ୪୮୩୮ ଭୋଟ୍ ରେ ହରାଇ ବିଜୟ ଲାଭ କରିଛନ୍ତି l ସେହିପରି ୩ନଂ ଯୋନ ରେ ବିଜେଡି ର ଲାଲ ବାହାଦୂର ଜlନୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ର ପୂର୍ବତନ ବ୍ଲକ ଅଧ୍ୟକ୍ଷl ନୁର୍ୟ୍ଯ ମାଝୀ ଙ୍କୁ ୫୫୮୦ ଭୋଟ ରେ ହରାଇଥିବାବେଳେ ୪ନଂ ଯୋନ ରେ ବିଜେଡ଼ି ର ସଂଗୀତା ଖର୍ସେଲ ତାଙ୍କ ପ୍ରତିଦ୍ବନ୍ଦୀ ବଜେପି ର ନିରୂପମା ନାଏକ ଙ୍କୁ ୪୨୦୭ ଗୋଟି ଭୋଟ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି l
ବିଜେଡି ର ଏହି ବିପୁଳ ବିଜୟ କୁ ନେଇ ନାନା ପ୍ରକାର କଳ୍ପନା ଜଳ୍ପନା ରେ ଅବସାନ ହୋଇଛି l ଏହି ୪ ଟି ଆସନ ବିଜେଡି ହାସଲ କରି ଜିଲ୍ଲା ପରିଷଦ ଗଠନ ପାଇଁ ସିଧା ସଳଖ ରାସ୍ତା ଖୋଲିଯାଇଛି। ଚଳିତ ପଂଚାୟତ ନିର୍ବାଚନରେ ବିଜେଡିର ଏହି ବିପୁଳ ବିଜୟ ବିରୋଧୀ କଂଗ୍ରେସ ଓ ବିଜେପି କୁ ମୂହତୋଡ ଜବାବ ଦେଇଛି l ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ ।
previous post